ଆଇପିଏଲ୍‌ର ପ୍ରଥମ ଦୁଇ ସପ୍ତାହର କାର୍ଯ୍ୟସୂଚୀ ଘୋଷଣା, ପ୍ରଥମ ମ୍ୟାଚ୍‌ରେ ଧୋନି-ବିରାଟ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଆଇପିଏଲ୍‌ର ପ୍ରଥମ ଦୁଇ ସପ୍ତାହର କାର୍ଯ୍ୟସୂଚୀ ଘୋଷଣା, ପ୍ରଥମ ମ୍ୟାଚ୍‌ରେ ଧୋନି-ବିରାଟ ଲଢ଼େଇ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଫଟାଫଟ କ୍ରିକେଟ ଆଇପିଏଲ୍‌ର ଖେଳ କାର୍ଯ୍ୟସୂଚୀ ଦୁଇଟି ପର୍ଯ୍ୟାୟରେ ଘୋଷଣା କରିବାକୁ ନିଷ୍ପତ୍ତି ହୋଇଛି। ଦେଶରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି। ଆସନ୍ତା ମାର୍ଚ୍ଚ ୨୩ରେ ଆଇପିଏଲ୍‌ ଆରମ୍ଭ ହେବ। ଏଥିପାଇଁ ଆଜି ବିସିସିଆଇ ପକ୍ଷରୁ ପ୍ରଥମ ଦୁଇ ସପ୍ତାହର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

ଏହି ଦୁଇ ସପ୍ତାହର ଖେଳ ଶେଷ ହେବା ପୂର୍ବରୁ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ତାରିଖ ପ୍ରକାଶ ପାଇବ। ଏହାପରେ ନିର୍ବାଚନ ତାରିଖକୁ ଦୃଷ୍ଟିରେ ରଖି ଆଇପିଏଲ୍‌ର ପରବର୍ତ୍ତୀ ଖେଳସୂଚୀ ଜାରି କରାଯିବ। ଏବେ ବିସିସିଆଇ ମାର୍ଚ୍ଚ ୨୩ରୁ ଏପ୍ରିଲ ୫ ପର୍ଯ୍ୟନ୍ତ କେଉଁଟି ଓ କାହା କାହା ମଧ୍ୟରେ ମ୍ୟାଚ୍‌ ଖେଳାଯିବ, ତା’ର ସୂଚୀ ଜାରି କରିଛି।

ଜାରି ଖେଳ ସୂଚୀ ଅନୁଯାୟୀ, ୨୦୧୯ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍‌ ଓ ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ଟି ଚେନ୍ନାଇରେ ଖେଳାଯିବ।

ସେହିପରି ୨୪, ୩୦ ଓ ୩୧ ତାରିଖରେ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳାଯିବ। ଦୁଇ ସପ୍ତାହ ପାଇଁ ଘୋଷଣା ହୋଇଥିବା ଏହି ସୂଚୀ ଅନୁଯାୟୀ ସମୁଦାୟ ୧୭ଟି ମ୍ୟାଚ୍‌ ଖେଳାଯିବ। ପ୍ରତଟି ଟିମ୍‌ ଅତିକମ୍‌ରେ ୪ଟି ଲେଖାଏ ମ୍ୟାଚ୍‌ ଖେଳିବେ। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୫ଟି ଲେଖାଏ ମ୍ୟାଚ୍‌ ଖେଳିବେ।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ୩ଟି ମ୍ୟାଚ୍‌ ଘରୋଇ ଗ୍ରାଉଣ୍ଡରେ ଖେଳିବାକୁ ଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩ଟି ଘରୋଇ ଗ୍ରାଉଣ୍ଡ ବାହାରେ ଖେଳିବ। ବାକି ୬ଟି ଟିମ୍‌ ଘରୋଇ ଗ୍ରାଉଣ୍ଡରେ ୨ଟି ଓ ବାହାରେ ୨ଟି ଲେଖାଏ ମ୍ୟାଚ୍‌ ଖେଳିବେ।

ଆଇପିଏଲ୍‌ କାର୍ଯ୍ୟସୂଚୀ(ମାର୍ଚ୍ଚ ୨୩ରୁ ଏପ୍ରିଲ ୫)



from Odisha Reporter http://bit.ly/2DV26uS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages