ଜାଣନ୍ତୁ, ଦାନର ତିନୋଟି ବିଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଜାଣନ୍ତୁ, ଦାନର ତିନୋଟି ବିଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମଶାସ୍ତ୍ରରେ ଦାନ କରିବାକୁ ଶୁଭ ବୋଲି କୁହାଯାଇଥାଏ। ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ମତ ରହିଛି। ତେବେ ଦାନର ଶୁଭଫଳ ବିଷୟରେ ଆପଣଙ୍କୁ କିଛି ନା କିଛି ଜଣାଥିବ। କିନ୍ତୁ ଆପଣ ହୁଏତ ଏହାର କ୍ଷତି ବିଷୟରେ ଅବଗତ ନଥିବେ। ଅନେକ ସମୟରେ ଆପଣ ଏପରି କିଛି ଜିନିଷ ଦାନ କରି ବସନ୍ତି, ଯାହା ପାଇଁ ପରବର୍ତ୍ତୀ ସମୟରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିଥାଏ।

ଏଥିପାଇଁ ଶାସ୍ତ୍ରରେ ଦାନର ତିନୋଟି ବିଧି କଥା କୁହାଯାଇଛି। ତେବେ ଆସନ୍ତୁ ଜାଣିବା ଦାନ ବିଷୟରେ ଶାସ୍ତ୍ରରେ କ’ଣ ମତ ରହିଛି।
ଶାସ୍ତ୍ରରେ ଦାନର ତିନୋଟି ସ୍ଥିତି ବିଷୟରେ ବର୍ଣ୍ଣନା କରାଯାଇଛି। ସର୍ବପ୍ରଥମେ କୁଣ୍ଡଳୀରୁ ଗ୍ରହ ଦୋଷ କାଟିବା ପାଇଁ ଦାନ କରାଯାଇଥାଏ। ଏହାର ଅର୍ଥ ଆପଣଙ୍କ କୁଣ୍ଡଳୀରେ ଯେଉଁ ଗ୍ରହ ଖରାପ ସ୍ଥିତିରେ ରହିଛି, ତାହାକୁ ଶାନ୍ତ କରିବା ପାଇଁ ଦାନ କରାଯାଇଥାଏ।

ସେହିପରି ଦ୍ୱିତୀୟ ସ୍ଥିତିରେ ବ୍ରତ ଉପବାସ ପରେ ଭୋଜନ ଓ ବସ୍ତ୍ରର ଦାନ କରାଯାଇଥାଏ। ଏହାପରେ ଦାନ କଲେ ଆପଣଙ୍କ ବ୍ରତ ସଫଳ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

ତୃତୀୟ ବିଧିରେ କୌଣସି ଶପଥ କିମ୍ୱା ପ୍ରତିଜ୍ଞା ନେବା ସମୟରେ କାର୍ଯ୍ୟ ସଫଳ ହେବା ପାଇଁ ଦାନ କରାଯାଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ଗ୍ରହକୁ ଶାନ୍ତ କରିବା ପାଇଁ ଅଲଗା ଅଲଗା ବସ୍ତୁ ଦାନ କରନ୍ତୁ। କିନ୍ତୁ ଯଦି ଆପଣଙ୍କ କୁଣ୍ଡଳୀରେ ଗ୍ରହର ଦଶା ଠିକ୍‌ ଅଛି, ତେବେ ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।



from Odisha Reporter http://bit.ly/2SMIVxU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages