ପାକିସ୍ତାନ ନାଗରିକ ବିକାନେର୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦେଲା ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ପାକିସ୍ତାନ ନାଗରିକ ବିକାନେର୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦେଲା ପ୍ରଶାସନ

ବିକାନେର:ରାଜସ୍ଥାନର ବିକାନେର୍ ଜିଲ୍ଲାରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକ ୪୮ ଘଣ୍ଟା ମଧ୍ୟରେ ବିକାନେର ଜିଲ୍ଲା ଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପାକିସ୍ତାନୀଙ୍କ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ କାରବାର, ନିଯୁକ୍ତି ବା କୌଣସି ଗୋପନୀୟ ସୂଚନା ଦେଣନେଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଦିଆଯାଇଛି।

ଏଥିସହିତ ବିକାନେର ରାଜସ୍ୱ ଅଞ୍ଚଳ ଅଧୀନରେ ଆସୁଥିବା କୌଣସି ହୋଟେଲ, ବାସଗୃହ ବା ହସ୍ପିଟାଲରେ ସେମାନେ ରହିପାରିବେନି ବୋଲି କୁହାଯାଇଛି। ଏହି ନିର୍ଦ୍ଦେଶରେ କୁହାଯାଇଛି ପୁଲ୍‌ୱାମା ଆକ୍ରମଣ ପରେ ପାକିସ୍ତାନୀ ନାଗରିକଙ୍କ ପ୍ରତି ସ୍ଥାନୀୟ ଲୋକଙ୍କର ଆକ୍ରୋଶମୂଳକ ଭାବନା ରହିଥିବା ନେଇ ଗୁଇନ୍ଦା ସୂଚନା ରହିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହା ନହେଲେ ପାକିସ୍ତାନୀ ନାଗରିକଙ୍କ ଜୀବନ ତଥା ଅନ୍ତରୀଣ ସୁରକ୍ଷା ପ୍ରତି ବିପଦ ରହିବ।

ପାକିସ୍ତାନରେ ପଞ୍ଜୀକୃତ ସିମ୍‌ର ବ୍ୟବହାର ମଧ୍ୟ ସେଠାରେ କରାଯାଇ ପାରିବନାହିଁ ବୋଲି କୁହାଯାଇଛି। ଏହି ନିଷ୍ପତ୍ତି ଆସନ୍ତା୨ ମାସ ବା ପରବର୍ତ୍ତୀ ଆଦେଶ ଯାଏ ବଳବତ୍ତର ରହିବ।



from Odisha Reporter http://bit.ly/2GP0d6g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages