ନୀତୀନ ଗଡ଼କରୀଙ୍କ କାମକୁ ଶେଷରେ ପ୍ରଶଂସା କଲେ ସୋନିଆ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ନୀତୀନ ଗଡ଼କରୀଙ୍କ କାମକୁ ଶେଷରେ ପ୍ରଶଂସା କଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ଆଜି ଲୋକସଭାରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନୀତୀନ ଗଡ଼କରୀଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ଯେଉଁ କାମ କରିଛି, ତାକୁ ପ୍ରଶଂସା କରିଛନ୍ତି।

ଆଜିର ପ୍ରଶ୍ନକାଳରେ ଗୃହରେ ନୀତୀନ ଗଡ଼କରୀଙ୍କ ମନ୍ତ୍ରଣାଳୟ ସମ୍ପର୍କରେ ଦୁଇଟି ପ୍ରଶ୍ନ ଉପସ୍ଥାପିତ ହୋଇଥିଲା। ଏହାର ଉତ୍ତରରେ ଶ୍ରୀ ଗଡ଼କରୀ ବିସ୍ତୃତ ତଥ୍ୟ ଦେବା ସହ ତାଙ୍କ ମନ୍ତ୍ରଣାଳୟ ଦେଶର ଭିତ୍ତିଭୂମି ବିକାଶ କରିବା ପାଇଁ କିକି ପଦକ୍ଷେପ ନେଇଛି, ତା’ର ସୂଚନା ଦେଇଥିଲେ। ସମସ୍ତ ସାଂସଦ ଦଳମତ ନିର୍ବିଶେଷରୁ ଊର୍ଦ୍ଧ୍ୱରେ ରହି ସେମାନଙ୍କ ନିର୍ବାଚନମଣ୍ଡଳୀରେ ଆମ ମନ୍ତ୍ରଣାଳୟ ଯେଉଁ କାର୍ଯ୍ୟ କରିଛି, ତାକୁ ପ୍ରଶଂସା କରିବା ଦରକାର ବୋଲି ଗଡ଼କରୀ କହିଥିଲେ।

ଏହାପରେ ଗୃହରେ ଉପସ୍ଥିତ ଥିବା ଶାସକ ଦଳର ସାଂସଦମାନେ ଡେସ୍କ ବାଢ଼େଇ ଗଡ଼କରୀଙ୍କ କାମକୁ ସମର୍ଥନ କରିଥିଲେ। ଏହି ସମୟରେ ମଧ୍ୟପ୍ରଦେଶର ବିଜେପି ସାଂସଦ ଗଣେଶ ସିଂହ ନିଜ ଆସନରେ ଛିଡ଼ା ହୋଇ କହିଥିଲେ ଯେ “ ସମ୍ମାନୀୟ ବାଚସ୍ପତି ମହୋଦୟା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଯେଉଁ କାର୍ଯ୍ୟ କରିଛି, ତାକୁ ଗୃହ ପ୍ରଶଂସା କରିବା ଦରକାର।”

ଏହା ଶୁଣିବା ପରେ ଦୀର୍ଘ ସମୟଧରି ଗଡ଼କରୀଙ୍କ ଭାଷଣ ଶୁଣୁଥିବା ସୋନିଆ ଗାନ୍ଧି ହସିବା ସହ ଗଡ଼କରୀଙ୍କ କାମକୁ ସମର୍ଥନ ଓ ପ୍ରଶଂସା କରି ଡେସ୍କ ବାଡ଼େଇ ଥିଲେ। ଏହା ଦେଖି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ଡେସ୍କ ବାଡ଼େଇ ଗଡ଼କରୀଙ୍କ କାମକୁ ପ୍ରଶଂସା ଓ ସମର୍ଥନ କରିଥିଲେ।



from Odisha Reporter http://bit.ly/2TwVOIC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages