ଦୁଇ ସୁପରଭାଇଜରଙ୍କୁ ତାଲା ପକାଇଲେ ଗାଁ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଦୁଇ ସୁପରଭାଇଜରଙ୍କୁ ତାଲା ପକାଇଲେ ଗାଁ ଲୋକେ

ଜଳେଶ୍ୱର(ଅଜିତ କୁମାର ଦାସ): ସରକାରୀ ନିୟମ ଅନୁସାରେ ନୁହେଁ, ନିଜର ମନ ପସନ୍ଦର ପାଚିକା ଚୟନ କରିବାକୁ ସୁପରଭାଇଜର ଆସିଥିଲେ। ହେଲେ ସେମାନେ ଗାଁ ଲୋକଙ୍କ ରୋଷର ଶିକାର ହେଲେ। ଅଙ୍ଗନବାଡ଼ି ଗୃହରେ ଦୁଇ ସୁପରଭାଇଜରଙ୍କୁ ପୂରାଇ ତାଲା ପକାଇ ଦେଇଥିଲେ ସ୍ଥାନୀୟ ଲୋକେ। ଦୀର୍ଘ ୪ ଘଣ୍ଟା ପରେ ସିଡିପିଓ ପ୍ରତିଶ୍ରୁତି ଦେବାରୁ ଗାଁ ଲୋକେ ସେମାନଙ୍କୁ ଛାଡ଼ିଥିଲେ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି।

ପୂରା ଘଟଣା ଏମିତି। ବସ୍ତା ବ୍ଲକ କରୁଆ ପଞ୍ଚାୟତର ଉଜୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ପାଚିକା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ବିଭିନ୍ନ ବର୍ଗରୁ ୬ ଜଣ ଆବେଦନ କରିଥିଲେ। ସେମାନଙ୍କ ଭିତରୁ ଜଣଙ୍କୁ ପାଚିକା ଭାବେ ଚୟନ କରିବା ପାଇଁ ସିଡିପିଓଙ୍କ ନିର୍ଦ୍ଦେଶରେ ଆଜି ୨ ଜଣ ସୁପରଭାଇଜର ଉଜୁଡ଼ା ଆସିଥିଲେ। ସେମାନେ ସରକାରୀ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ଆବେଦନ କରିଥିବା ୬ ଜଣଙ୍କ ଭିତରୁ ମାତ୍ର ଦୁଇ ଜଣଙ୍କ ଆବେଦନ ଫର୍ମ ଧରି ଆସିଥିଲେ। ସେମାନଙ୍କ ଭିତରୁ ଜଣଙ୍କୁ ପାଚିକା ଭାବେ ଚୟନ କରିଥିଲେ। ଏପରି ନିଷ୍ପତ୍ତିକୁ ଗାଁ ଲୋକେ ଓ ଅନ୍ୟ ଆବେଦନକାରୀମାନେ ବିରୋଧ କରିଥିଲେ। ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ତ୍ୟକ୍ତ ଗାଁ ଲୋକେ ଦୁଇ ସୁପରଭାଇରଙ୍କୁ ଅଙ୍ଗନବାଡ଼ି ଗୃହରେ ପୂରାଇ ତାଲା ପକାଇ ଦେଇଥିଲେ। ଆବେଦନ କରିଥିବା ପ୍ରାର୍ଥୀଙ୍କ ଭିତରେ ବିଧବା ଓ ଏସ୍‌ସି/ଏସ୍‌ଟି ଥିବା ସତ୍ତ୍ୱେ ସେମାନଙ୍କୁ ଅଣଦେଖା କରାଯାଇ ସ୍ୱଚ୍ଛଳ ବର୍ଗର ପ୍ରାର୍ଥୀଙ୍କ ଆବେଦନ ଫର୍ମକୁ ବିଚାରକୁ ନିଆଯାଉଥିବା ଅଭିଯୋଗ କରିଥିଲେ।

ଏ ସମ୍ପର୍କରେ ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଗାଁ ଲୋକେ ଦୁଇ ସୁପରଭାଇଜରଙ୍କୁ ଛାଡ଼ି ନଥିଲେ। ଆଉଥରେ ପାଚିକା ଚୟନ ନେଇ ସିଡିପିଓ ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ଦୁଇ ସୁପରଭାଇଜରଙ୍କୁ ଛାଡ଼ିଥିଲେ।



from Odisha Reporter http://bit.ly/2BmliS0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages