
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ରେ ହାଜର ହେଲେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍ଡି ଦୁର୍ଗା ପ୍ରସାଦ ମିଶ୍ର। ବେଆଇନ୍ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ CBI ଦ୍ୱାରା ଗିରଫ ହୋଇ ସେ ଜେଲ୍ ଯାଇ ଜାମିନରେ ଆସିଛନ୍ତି।
ଜମାକାରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ମାଇକ୍ରୋ ଫାଇନାନ୍ସ କମ୍ପାନୀ ୫୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହେବା ପରେ ସିବିଆଇ ମାମଲାର ତଦନ୍ତ କରି ୨୦୧୪ ଡିସେମ୍ବରରେ ସଂସ୍ଥାର ମୁଖ୍ୟ ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଝାଡ଼ପଡ଼ା ଜେଲ୍କୁ ପଠାଇ ଦିଆଯାଇ ଥିଲା। ଏହାର ଦୀର୍ଘ ଅଢ଼େଇ ବର୍ଷ ପରେ ଅର୍ଥାତ ୨୦୧୭ ଜୁଲାଇ ମାସରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ମାମଲାର ବିଚାର କରି ତାଙ୍କୁ ଦଣ୍ଡିତ କରିଥିଲେ। ଶ୍ରୀ ମିଶ୍ରଙ୍କୁ ୩ ବର୍ଷ ଜେଲ ଓ ଜମାକାରୀଙ୍କ କ୍ଷତି ଭରଣା ଲାଗି ୨୧୫ କୋଟି ଟଙ୍କା ଫେରସ୍ତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
from Odisha Reporter http://bit.ly/2SFikml
No comments:
Post a Comment