ଏକ ଶବ୍ଦହୀନ ପ୍ରେମ କାହାଣୀ: ଆଖିରେ ଆଖିରେ ସବୁ … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଏକ ଶବ୍ଦହୀନ ପ୍ରେମ କାହାଣୀ: ଆଖିରେ ଆଖିରେ ସବୁ …

ବାଲୁଗାଁ(ଓଡ଼ିଶା ରିପୋର୍ଟର): ପ୍ରେମ ଶାଶ୍ୱତ ଓ ଚିରନ୍ତନ। ପ୍ରେମରେ ନା ଥାଏ ଭାଷା ନା ଥାଏ ସୀମା। ଦୁଇଟି ହୃଦୟ ଯୋଡ଼ି ହେବା ପାଇଁ ଶବ୍ଦ ବିନିମୟ ତ ନିଶ୍ଚିତ ଆବଶ୍ୟକ, କିନ୍ତୁ ପ୍ରକୃତ ପ୍ରେମୀ ଯୁଗଳଙ୍କ ପାଇଁ ହୃଦୟର ଭାଷା ହିଁ ଯଥେଷ୍ଟ। ଏମିତି ହୃଦୟର ଭାଷାକୁ ବୁଝି ଏକାଠି ହୋଇଛନ୍ତି ୨ ଜଣ ଦିବ୍ୟାଙ୍ଗ। ଦୁଇ ଜଣଙ୍କ ପ୍ରେମ ଏବେ ନେଇଛି ବିବାହର ରୂପ। ଦୁଇ ଦିବ୍ୟାଙ୍ଗ ପ୍ରେମୀ ଯୁଗଳଙ୍କ ବିବାହ ପରେ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ତେନ୍ତୁଳିଡିହ ଗାଁର ରଶ୍ମିତା ମହାପାତ୍ର ଓ ଗଞ୍ଜାମ ଜିଲ୍ଲା ପୋଲସରା ବନ୍ତପାଲି ଗାଁର ରତ୍ନାକର ପାତ୍ର ହେଉଛନ୍ତି ଦିବ୍ୟାଙ୍ଗ। ଉଭୟ ପିଲା ବେଳୁ କିଛି କହିପାରୁ ନାହାନ୍ତି। ଏପରିକି ଶୁଣି ବି ପାରୁନାହାନ୍ତି। ହେଲେ ମିଶିଥିଲା ସେମାନଙ୍କ ଆଖି।ଆଖିରେ ଆଖିରେ ହିଁ ପ୍ରେମଜାଲରେ ଉଭୟେ ଛନ୍ଦି ହୋଇପଡ଼ିଥିଲେ। ପରେ ସେମାନଙ୍କ ପ୍ରେମ ସମ୍ପର୍କ ଆଗକୁ ବଢ଼ିଥିଲା। ଶେଷରେ ବୈଦିକ ରୀତିନୀତିରେ ସେମାନଙ୍କ ବିବାହ ହୋଇଥିଲା। ବେଦିରେ ବସିଥିଲେ ବର ଓ କନ୍ୟା। ହୁଳହୁଳି ଓ ମନ୍ତ୍ରଧ୍ୱନିରେ ହୋଇଥିଲା ବିବାହ।

ରଶ୍ମିତା ଓ ରତ୍ନାକରଙ୍କ ବିବାହ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ବାହାଘରରେ ଉଭୟଙ୍କ ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଉପସ୍ଥିତ ରହିଥିଲେ। ବିବାହ ପରେ ଭୋଜିଭାତର ମଜା ନେଇଥିଲେ ଅତିଥି।



from Odisha Reporter http://bit.ly/2Gsz7lX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages