ବିଶ୍ୱକପ୍‌ ପୂର୍ବରୁ ଦଳକୁ ଫେରିବେ ହେଜେଲଉଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ବିଶ୍ୱକପ୍‌ ପୂର୍ବରୁ ଦଳକୁ ଫେରିବେ ହେଜେଲଉଡ୍‌

ମେଲବର୍ଣ୍ଣ: ଆହତ କାରଣରୁ ଟିମ୍‌ରୁ ଦୂରେଇ ରହିଥିବା ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜେଲଉଡ୍‌ ବିଶ୍ୱକପ୍‌ ପୂର୍ବରୁ ଦଳକୁ ଫେରିବେ। ବ୍ୟାକ ଇଞ୍ଜୁରୀ ଯୋଗୁ ହେଜେଲଉଡ୍‌ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିଥିଲେ। ସେହିପରି ଆସନ୍ତା ଫେବୃଆରୀ ୨୨ରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ସିରିଜ୍‌ରେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନାହିଁ।

ଭାରତ ବିପକ୍ଷ ସିରିଜ୍‌ ପରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ପୂର୍ବର ଶେଷ ଦିନିକିଆ ସିରିଜ୍‌ ପାକିସ୍ତାନ ବିପକ୍ଷରେ ଖେଳିବ। କିନ୍ତୁ ଏହି ସିରିଜ୍‌ରେ ହେଜେଲଉଡ୍‌ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇନି। ତେବେ ସେ ମେ’ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଥିବା ବିଶ୍ୱକପ୍‌ରେ ନିଶ୍ଚିତ ଖେଳିବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଆଶା କରାଯାଇଛି।

ଗତବର୍ଷ ସମାନ ଆହତ ସମସ୍ୟା ଯୋଗୁ ହେଜେଲଉଡ୍‌ ୬ ମାସ ପାଇଁ କ୍ରିକେଟରୁ ଦୂରେଇ ଯାଇଥିଲେ। ଏବେ ସେ ପୁଣି ପୁରୁଣା ସମସ୍ୟାରେ ପଡ଼ିଛନ୍ତି। କିନ୍ତୁ ଏଥର ସେ ଶୀଘ୍ର ସୁସ୍ଥ ହେବେ ବୋଲି କୁହାଯାଉଛି।

ହେଜେଲଉଡ୍ କହିଛନ୍ତି, “ବିଶ୍ୱକପ୍ ଅଭ୍ୟାସ୍ ମ୍ୟାଚ୍‌ରୁ ମୁଁ ପଡ଼ିଆକୁ ଓହ୍ଲାଇବେ। ତେବେ ଏ ସମ୍ପର୍କରେ ଅଧିକ ତଥ୍ୟ ଆସନ୍ତାକାଲି ଜଣାପଡ଼ିବ। କାରଣ ଆସନ୍ତାକାଲି ମୁଁ ପୁଣିଥରେ ସ୍କାନ କରିବାକୁ ଯାଉଛି। ଏହାପରେ ମୁଁ କେବେ ପଡ଼ିଆ ଓହ୍ଲାଇବି ସେକଥା ଭଲ ଭାବେ କହିପାରିବି। କ୍ରିକେଟ୍‌କୁ ଫେରିବା ପାଇଁ ଆସନ୍ତା ସପ୍ତାହରୁ ହିଁ ଅଭ୍ୟାସ ଆରମ୍ଭ କରିବି। ଆଶ ସବୁ କାମ ଯୋଜନା ଅନୁସାରେ ହେବ।”



from Odisha Reporter http://bit.ly/2SOaNkd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages