ଲୋକେ ଏବେ କହିବେ ଚୌକିଦାର ଶେର୍ ହୈ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଲୋକେ ଏବେ କହିବେ ଚୌକିଦାର ଶେର୍ ହୈ: ଧର୍ମେନ୍ଦ୍ର

ଡେରାବିଶ/ ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଯେଉଁମାନେ ଚୌକିଦାରର କ୍ଷମତା ଉପରେ ପ୍ରଶ୍ନ ଉଠାଉଥିଲେ, ସେମାନଙ୍କୁ ଆଜି ଚୌକିଦାର ଶେର୍ ହୈ ବୋଲି ସ୍ୱୀକାର କରିବାକୁ ପଡ଼ିବ। କେନ୍ଦ୍ରାପଡ଼ାର ଡେରାବିଶ ଠାରେ “ମୋ ବୁଥ ସବୁଠୁ ମଜଭୁତ” କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିକାଶକୁ ଭାରତର ସବୁ ଘରକୁ ପହଞ୍ଚାଇବାର ଅଛି। ସେଥିପାଇଁ ଭାରତୀୟ ଜନତାପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଏକ ଅଶୋଭନୀୟ ସ୍ଥିତି ମଧ୍ୟ ଦେଇ ଗତି କରୁଛି। ଗତ ୧୪ ଫେବୃୟାରୀରେ କାପୁରୁଷ, ଭୀରୁ, ସାମ୍ନାରେ ଲଢେଇ କରିବାର ସାମର୍ଥ୍ୟ ନଥିବା ଲୋକ ଭାରତର ସୈନିକ ଶକ୍ତିକୁ ପଛରୁ ଛୁରା ମାରିଥିଲେ। ସିଆରପିଏଫର ୪୦ ଜଣ ଯବାନଙ୍କୁ ପଛରୁ ଆକ୍ରମଣ କରି ଇହଧାମରୁ ଯିବା ପାଇଁ ବାଧ୍ୟ କରିଥିଲେ। ସହିଦଙ୍କ ମଧ୍ୟରେ ଓଡିଶାର ଦୁଇ ଜଣ ଭାଇ ଥିଲେ। ଶହୀଦ ମନୋଜ ବେହେରା ଓ ଶହୀଦ ପ୍ରସନ୍ନ ସାହୁ ଦୁଇ ଜଣଙ୍କ ପାଇଁ ମନରେ କଷ୍ଟ ଅଛି। ତଥାପି ଉଭୟଙ୍କ ବଳିଦାନକୁ ନେଇ ଓଡିଶା ଆଜି ଗର୍ବ ଓ ସ୍ୱାଭିମାନରେ ଛିଡ଼ା ହୋଇଛି
ଭାରତମାତା ପାଇଁ ବଳିଦାନ ଦେବା କ୍ଷେତ୍ରରେ ଓଡ଼ିଶା ମଧ୍ୟ ପଛରେ ନାହିଁ। ଓଡ଼ିଶାର ଦୁଇ ଭାଇ ତାଙ୍କ ଜୀବନକୁ ବଳିଦାନ ଦେଇ ଭାରତ ମାତାର ସେବା ପାଇଁ ନିଜକୁ ସମର୍ପିତ କରିଛନ୍ତି।

ଏହି ଦୁଃଖଦ ଘଟଣା ସମୟରେ ଯେଉଁମାନେ ସହିଦଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ସେଦିନ ନିଆଳି ରେ ସହିଦ ମନୋଜ ବେହେରାଙ୍କ ଆତ୍ମୀୟଙ୍କୁ ଗଳା ଧକ୍କା ଦେଇ ତାଙ୍କ ନୀଳବର୍ଣ୍ଣ ଶୃଗାଳର ଚେହେରା ଦେଖାଇଥିଲେ। ଓଡ଼ିଶା ସେଥିପାଇଁ ଲଜ୍ଜିତ ହୋଇଥିଲା। ଓଡିଶାର ଏହି ଲଜ୍ଜାଜନକ ପରିସ୍ଥିତି ପାକିସ୍ତାନ ଟିଭିରେ ପ୍ରସାରଣ ହୋଇଥିଲା। ଏହି ନୀଳବର୍ଣ୍ଣ ଶୃଗାଳଙ୍କ ପାଇଁ ଓଡିଶାକୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଥିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ପାକିସ୍ତାନକୁ ଜବାବ୍ ଦେବା ସହ ଧୂଳି ଚଟେଇବାକୁ ପଡ଼ିବ। ଦେଶର ସୈନିକମାନଙ୍କ ଉପରେ ଦେଶର ଭରସା ଅଛି। ପାକିସ୍ତାନକୁ କେମିତି ଜବାବ୍ ଦିଆଯିବ ତାହାର ନିର୍ଣ୍ଣୟ ଦେଶର ସୈନିକ ଶକ୍ତି କରିବ ବୋଲି ମୋଦି ଆଦେଶ ଦେଲେ। ମାତ୍ର କିଛି ଲୋକ ୫୬ ଇଞ୍ଚ ଛାତି କୁଆଡ଼େ ଗଲା, ମୋଦି କାହିଁକି ଚୁପ ଅଛନ୍ତି ବୋଲି ଟାହିଟାପରା କରୁଥିଲେ। ୧୫ ଦିନ ନହେଉଣୁ ପ୍ରଥମ ଥର ପାଇଁ ଭାରତର ସୈନିକ ମାନେ ୭୦ ଦଶକର ଯୁଦ୍ଧ ପରେ ପାକିସ୍ତାନ ଭିତରେ ପଶି ସାଢେ ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ଧୂଳିସାତ୍ କରି ଆସିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ୱତମାମ ନେତୃତ୍ୱ ଆଜି ଭାରତର ପ୍ରଶଂସାର ଶତମୁଖ। ବିଶ୍ୱରେ ଆଜି ଆମେରିକା, ଇସ୍ରାଏଲ ଶକ୍ତିଶାଳୀ ଦେଶ ଭାବରେ ପରିଚୟ ପାଇଛନ୍ତିା ଯା ପାଖରେ ସାହସ ଥାଏ ବିଶ୍ୱ ତାକୁ ନମସ୍କାର କରେ। ସର୍ଜିକାଲ ଷ୍ଟ୍ରାଇକ ପରେ ଦେଶର କୁଳାଙ୍ଗାରମାନେ,ବିରୋଧୀମାନେ, ଭାରତକୁ ଟୁକଡ଼ା ଟୁକଡ଼ା କରିବାର ସ୍ଲୋଗାନ ଦେଉଥିବା ଲୋକମାନେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଲେ। ଏହାର ପ୍ରମାଣ ଉରି ସିନେମାରେ ମିଳିଛିା

ଯେଉଁମାନେ ମୋଦିଙ୍କ ୫୬ ଇଞ୍ଚ ଛାତି ଉପରେ ପ୍ରଶ୍ନ ଉଠାଉଥିଲେ, ସେମାନେ ଭାରତୀୟ ବାୟୁ ସେନାକୁ ପ୍ରଶଂସା କଲେ। ମାତ୍ର ଭାରତୀୟ ବାୟୁ ସେନା ମୋଦିଙ୍କ ପ୍ରଶଂସା କଲେ। ଗତକାଲି ପାକିସ୍ତାନ ପୁନର୍ବାର ଅପଚେଷ୍ଟା କରିଥିବା ସତ୍ତ୍ୱେ ପାକିସ୍ତାନର ଲଢୁଆ ବିମାନ ଏ -୧୬କୁ ଭାରତ ମାରି ଖସେଇଦେଲା। ଭାରତର ଜଣେ ପାଇଲଟକୁ ପାକିସ୍ତାନ କାବୁ କରି ରଖିଛି। ଭାରତର ସୈନିକଙ୍କ ସାଙ୍ଗେ ଦେଶ ଆଜି ଏକାଠି ହୋଇଛି। ଅନ୍ତରାଷ୍ଟ୍ରୀୟ ଚୁକ୍ତି ଅନୁସାରେ ଅପହରଣ ହୋଇଥିବା ଭାରତୀୟ ପାଇଲଟ ଦେଶକୁ ଫେରିବେ। ଦେଶ ଆଜି ଗର୍ବିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏକାଠି କରି ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ କେଉଁ ପ୍ରସଙ୍ଗ ନେଇ ନିର୍ବାଚନ ଲଢାଯିବ, କଣ ପ୍ରାଥମିକତା ଦିଆଯିବ ସେ ସମ୍ପର୍କରେ ଭାରତବର୍ଷର ବିଭିନ୍ନ ଅଞ୍ଚଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ବାର୍ତ୍ତାଳାପ କରିପାରିଲେ। ଓଡ଼ିଶାର ୧୪୭ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ଏଥିରେ ଅଂଶଗ୍ରହଣ କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।



from Odisha Reporter https://ift.tt/2T57oOR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages