ପାକିସ୍ତାନ ମିଛ କହୁଥିବାର ପ୍ରମାଣ ଦେଲେ ୩ ସେନାଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ପାକିସ୍ତାନ ମିଛ କହୁଥିବାର ପ୍ରମାଣ ଦେଲେ ୩ ସେନାଧିକାରୀ

ନୂଆଦିଲ୍ଲୀ: ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ବାଉଳା ହୋଇ ମିଛ କହୁଥିବା ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି। ଭାରତର ୩ ବାହିନୀର ସେନାଧିକାରୀ ମିଳିତ ସାମ୍ବାଦିକ ସମ୍ମିଳନୀ କରି ପ୍ରମାଣ ସହ ପାକିସ୍ତାନ ମିଛ କହୁଥିବା ଦେଶବାସୀଙ୍କୁ ଜଣାଇଛନ୍ତି। ତେବେ ବାଲାକୋଟ ଷ୍ଟ୍ରାଇକ୍‌ର ସଫଳତାର ପ୍ରମାଣ ରାଜନୀତିକ ନେତୃବୃନ୍ଦ ରିଲିଜ୍‌ କରିବେ କି ନାହିଁ, ସେମାନେ ନିଷ୍ପତ୍ତି ନେବେ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ଏଥିସହ ପାକିସ୍ତାନ ପକ୍ଷରୁ ଯେ କୌଣସି କାର୍ଯ୍ୟାନୁଷ୍ଠାନର ମୁକାବିଲା କରିବାକୁ ସ୍ଥଳ, ବାୟୁ ଓ ନୌସେନା ପ୍ରସ୍ତୁତ ବୋଲି ୩ ସେନାଧିକାରୀ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଏୟାର ଭାଇସ ମାର୍ଶଲ ଆରଜିକେ କପୁର କହିଛନ୍ତି, “୨୭ ତାରିଖରେ କିଛି ପାକିସ୍ତାନ ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖା ଡେଇଁ ଭାରତର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏହାକୁ ବାୟୁସେନାର ଯୁଦ୍ଧ ବିମାନ ଅଟକାଇଥିଲା। ଏହି ଅପରେସନ ବେଳେ ଭାରତର ମିଗ୍‌-୨୧ବିସୋନର ଗୁଳିମାଡ଼ରେ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିଲା।

ଏହି କ୍ଷତିଗ୍ରସ୍ତ ବିମାନରୁ ୨ ଜଣ ପାକ୍‌ ପାଇଲଟ୍‌ ଆକାଶ ଛତା ମାଧ୍ୟକରେ ଇଜେକ୍ଟ କରିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ପାକିସ୍ତାନ କହୁଛି ଅପରେସନରେ ଏଫ୍‌-୧୬ ଆଦୌ ବ୍ୟବହାର ହୋଇ ନଥିଲା। ହେଲେ ଏଫ୍‌-୧୬ରୁ ବାହାରୁଥିବା AMRAAMର କିଛି ଅଂଶ ପୂର୍ବ ରଜୌରୀରୁ ମିଳିଛି। ଏଥିସହ ବୈଦ୍ୟୁତିକ ସିଗନେଚର ମଧ୍ୟ ଠାବ କରାଯାଇଛି।

ତେଣୁ ପାକିସ୍ତାନ କରିଥିବା ଅପରେସନରେ ଏଫ୍‌-୧୬ର ବ୍ୟବହାର ହୋଇଥିବା ଯଥେଷ୍ଟ ପ୍ରମାଣ ଆମ ପାଖରେ ରହିଛି। ପାକିସ୍ତାନ ଯୁଦ୍ଧ ବିମାନ ସାମରିକ ଘାଟି ଉପରେ ବୋମା ମାଡ଼ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହାଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ। ପ୍ରଥମେ ପାକିସ୍ତାନ କହିଥିଲା ସେମାନେ ୨ଟି ବିମାନକୁ ଖସାଇ ଦେବା ସହ ୩ ଜଣ ପାଇଲଟଙ୍କୁ ଗିରଫ କରିଛନ୍ତି। ଏହାପରେ କହିଲା ଜଣେ ମାତ୍ର ପାଇଲଟ୍‌ଙ୍କୁ ଗିରଫ କରିଛି। ଏବେ ପାକିସ୍ତାନ ଗିରଫ ଫାଇଲଟଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବାରୁ ଆମେ ଖୁସି।”

ସାମରିକ ଅପରେସନର ଅତିରିକ୍ତ ଡିଜି ସୁରିନ୍ଦର ସିଂହ ମାହଲ କହିଛନ୍ତି, “ଆମ ଲଢ଼େଇ ପାକିସ୍ତାନ ବିରୋଧରେ ନୁହେଁ ବରଂ ଆତଙ୍କବାଦ ବିରୋଧରେ। ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ଭୁଲି ନାହିଁ, ସେ ପର୍ଯ୍ୟନ୍ତ ଏମିତି ଅପରେସନ କରାଯିବ। ଆମେ ପୂର୍ବଭଳି ଆଗକୁ ମଧ୍ୟ ପାକିସ୍ତାନରେ ଥିବା ଆତଙ୍କୀ ଶିବିର ଉପରେ ହମ୍‌ଲା କରିବୁ। କଶ୍ମୀର ଉପତ୍ୟକାରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ପାଇଁ ଭାରତୀୟ ସ୍ଥଳ ସେନା ସର୍ବଦା ଚେଷ୍ଟା କରୁଛି।”



from Odisha Reporter https://ift.tt/2EFoaM1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages