ଓଡ଼ିଶାକୁ ଆର୍ଥିକ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରୁଛି କେନ୍ଦ୍ର: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଓଡ଼ିଶାକୁ ଆର୍ଥିକ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରୁଛି କେନ୍ଦ୍ର: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୂର୍ବତଟ ରେଳପଥର ପୁର୍ନଗଠନ ଦ୍ୱାରା ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବ। ଓଡ଼ିଶାକୁ ଦୁର୍ବଳ କରିବା ପାଇଁ କେନ୍ଦ୍ର ସରକାର ଏଭଳି ଷଡ଼ଯନ୍ତ୍ର କରିଛନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ପୂର୍ବତଟ ରେଳପଥରୁ ୱାଲଟିୟର ଡିଭିଜନକୁ କାଢ଼ି ନେବାପାଇଁ କେନ୍ଦ୍ର ରେଳମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାକୁ କଂଗ୍ରେସ କଡ଼ା ଭାଷାରେ ନିନ୍ଦା କରୁଛି। ରାୟଗଡ଼ାରେ ଏକ ନୂଆ ଡିଭିଜନ ଘୋଷଣା ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ପୂର୍ବତଟ ରେଳପଥରୁ ୱାଲଟିୟର ଡିଭିଜନର ପ୍ରମୁଖ ଅଞ୍ଚଳକୁ କାଢ଼ି ନିଆଯାଇଥିବାରୁ ପୂର୍ବତଟ ରେଳପଥକୁ ଭୀଷଣ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ତେଣୁ ଏହି ପ୍ରସଙ୍ଗରେ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ତୁରନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କଂଗ୍ରେସ ଆହ୍ୱାନ କରୁଛି।

ଏହାବ୍ୟତୀତ ପୂର୍ବରୁ ଓଡ଼ିଶା ପାଇଁ ଘୋଷଣା ହୋଇଥିବା ରେଳ ୱାଗନ କାରଖାନା, ରେଳବାଇ ମେଡ଼ିକାଲ କଲେଜ ଏବଂ ଅନ୍ତର୍ଜାତୀୟ ରେଳ ଷ୍ଟେସନ ନିର୍ମାଣ ସମ୍ପର୍କିତ ଅଗ୍ରଗତି ସମ୍ପର୍କରେ ଦୁଇ କେନ୍ଦ୍ରମନ୍ତ୍ରୀ ନିଜର ମତ ରଖନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଶ୍ରୀ କାନୁନଗୋ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘଦିନର ଦାବି ଓ ଲଢ଼େଇ ଫଳରେ ପ୍ରତିଷ୍ଠିତ ହୋଇଥିବା ପୂର୍ବତଟ ରେଳପଥକୁ ଶ୍ରୀହୀନ କରିଦେବା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି। ମୋଦି ସରକାର କ୍ଷମତାକୁ ଆସୁ ଆସୁ ଏ ଦିଗରେ ବିଶେଷ ତତ୍ପରତା ଦେଖାଇଥିଲା। ୱାଲ୍ଟିୟର ଡ଼ିଭିଜନ ଅଧୀନରେ ଆସୁଥିବା ଭାଇଜାଗ୍ ଇସ୍ପାତ କାରଖାନା ଓ ବିଶାଖାପାଟଣା ବନ୍ଦର ଯୋଗୁ ପୂର୍ବତଟ ରେଳପଥ ବଡ଼ଧରଣର ରାଜସ୍ୱ ପାଉଥିଲା। ମାତ୍ର ଏବେ ଏହି ରାଜସ୍ୱ ହ୍ରାସ ପାଇବ ଓ ଏହାର ପ୍ରଭାବ ରେଳବାଇ ବଜେଟରେ ଓଡ଼ିଶାକୁ ମିଳୁଥିବା ଅନୁଦାନ ଉପରେ ମଧ୍ୟ ପଡ଼ିବାର ଅଶଙ୍କା ରହିଛି। ରାୟଗଡ଼ାରେ ନୂଆ ରେଳ ଡିଭିଜନ ଯୋଗୁ ବାର୍ଷିକ ଅତିବେଶୀରେ ୧୫୦-୨୦୦ କୋଟି ଟଙ୍କାର ରାଜସ୍ୱ ମିଳିବାକୁ ଥିବାବେଳେ ପୂର୍ବତଟ ରେଳପଥକୁ ବାର୍ଷିକ ପ୍ରାୟ ୬୦୦କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିବ।

ତେଣୁ ଏହି ରାଜସ୍ୱ କ୍ଷତିକୁ ମେଣ୍ଟାଇବା ପାଇଁ ଦକ୍ଷିଣ-ପୂର୍ବ ଡିଭିଜନରେ ଥିବା ବୋକାରୋ ଓ ରାଉରକେଲା ପରି ଦୁଇଟି ଇସ୍ପାତ କାରଖାନା ଅଞ୍ଚଳକୁ ନେଇ ରାଉରକେଲାରେ ଏକ ନୂଆ ଡିଭିଜନ ଘୋଷଣା କରି ତାକୁ ପୂର୍ବତଟ ରେଳବାଇରେ ସାମିଲ କରିବା ପାଇଁ କଂଗ୍ରେସ ଦାବି କରିଛି। ସେହିପରି ବିଶାଖାପାଟଣା ବନ୍ଦର ବଦଳରେ ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳପଥର ବିଳାସପୁର ଡିଭିଜନରେ ଆସୁଥିବା ଇବ୍-ବ୍ରଜରାଜନଗର ଅଞ୍ଚଳକୁ ମଧ୍ୟ ପୂର୍ବତଟ ରେଳପଥରେ ଅନ୍ତର୍ଭୁକ୍ତ କରାଯାଇ ବ୍ୟାପକ ଖଣି ଅଞ୍ଚଳକୁ ଗୋଟିଏ ଡ଼ିଭିଜନ ଭାବେ ରାଉରକେଲା କିମ୍ବା ସମ୍ବଲପୁର ଅଧୀନରେ ରଖାଯାଉ। ବାଲେଶ୍ୱରକୁ ମଧ୍ୟ ଏକ ନୂଆ ରେଳ ଡ଼ିଭିଜନ ଭାବେ ଘୋଷଣା କରି ବାଲେଶ୍ୱର-ମୟୁରଭଞ୍ଜ ଏବଂ ଭଦ୍ରକକୁ ଦକ୍ଷିଣ ପୂର୍ବ ରେଳପଥ ଅଧୀନରୁ କାଢ଼ି ଆଣି ପୂର୍ବତଟ ରେଳପଥରେ ସାମିଲ୍ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନଗୋଙ୍କ ବ୍ୟତୀତ ଦଳୀୟ ମୁଖପାତ୍ର ଅମୀୟ ପାଣ୍ଡବ ମଧ୍ୟ ଉପସ୍ଥିତ ଥିଲେ।



from Odisha Reporter https://ift.tt/2BX9qq1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages