ଅଷ୍ଟ୍ରେଲିଆ ସିରିଜ୍‌ ପୂର୍ବରୁ ଘୋଡ଼ା ଚଢ଼ିଲେ ଶିଖର, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଅଷ୍ଟ୍ରେଲିଆ ସିରିଜ୍‌ ପୂର୍ବରୁ ଘୋଡ଼ା ଚଢ଼ିଲେ ଶିଖର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କ୍ରିକେଟ୍‌ରୁ ବିଶ୍ରାମ ପାଇଥିବା ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଏବେ କ’ଣ କରୁଛନ୍ତି? ଅଷ୍ଟ୍ରେଲିଆ ସିରିଜ୍‌ ଫେବୃଆରୀ ୨୪ରୁ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଧୱନ ଏକ ନୂଆ ଅବତାରରେ ଥିବାର ଭିଡିଓ ଭାଇରାଲ ହୋଇଛି।

ଏହି ଭିଡିଓରେ ଧୱନ ଅଷ୍ଟ୍ରେଲିଆ ସିରିଜ୍‌ ପୂର୍ବରୁ ଘୋଡ଼ାଚଢ଼ିବା ଶିଖୁଥିବା ଦେଖିବାକୁ ମିଳୁଛି। ତେବେ ଭିଡିଓରେ ଧୱନ ବେଶ ଆରାମରେ ଘୋଡ଼ା ପିଠିରେ ବସି ଭ୍ରମଣ କରୁଥିବାର ଦୃଶ୍ୟ ରହିଛି।

ଧୱନ ଓ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ଫେରିବା ପରେ ଏବେ ଆରାମ କରୁଛନ୍ତି। ତେବେ ଫେବୃଆରୀ ୨୪ରୁ ପୁଣିଥରେ ସବୁ ଖେଳାଳି ପଡ଼ିଆକୁ ଓହ୍ଲାଇବେ।

ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ ପରେ ମାର୍ଚ୍ଚ ୨ରୁ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଏହାପରେ ଆଇପିଏଲ୍‌ ଏବଂ ପରେ ବିଶ୍ୱକପ୍‌ କ୍ରିକେଟ୍‌ ରହିଛି। ଏହି ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ମଧ୍ୟରେ ବିଶ୍ରାମର ସମୟ ମିଳିବ ନାହିଁ। ତେଣୁ ଧୱନ ଏହି ସମୟରେ ଘୋଡ଼ା ପିଠିରେ ବସି ସମୟ ବିତାଉଛନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2SNh2pt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages