
ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ନିର୍ବନ୍ଧ ସାରି କନ୍ୟା ଘରୁଥିବା ବେଳେ ଓଲଟି ପଡ଼ିଲା ଭ୍ୟାନ୍। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ନାଲାଝର ଗାଁରୁ ବର ପକ୍ଷ ଏକ ଭ୍ୟାନ୍ରେ ନିର୍ବନ୍ଧ ପାଇଁ କନ୍ୟା ଘରକୁ ଯାଇଥିଲେ। ନିର୍ବନ୍ଧ ସରି ସେମାନେ ଫେରୁଥିବା ବେଳେ ଭ୍ୟାନ୍ଟି କିରିମିରା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ମହୁଲପଡ଼ା ଗାଁର ରାମ ଭୋଇଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଟିଟିଲାଗଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
from Odisha Reporter http://bit.ly/2SC4YXa
No comments:
Post a Comment