ଧୋନିଙ୍କ ବିଜୁଳି ବେଗର ଷ୍ଟମ୍ପିଂ ଦେଖି ବିଶ୍ୱ ଜଳକା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଧୋନିଙ୍କ ବିଜୁଳି ବେଗର ଷ୍ଟମ୍ପିଂ ଦେଖି ବିଶ୍ୱ ଜଳକା, ଦେଖନ୍ତୁ ଭିଡିଓ

ହ୍ୟାମିଲଟନ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନିଙ୍କ ଆଉ ଏକ ବିଜୁଳି ବେଗର ଷ୍ଟିମ୍ପିଂ ବେଳର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ଧୋନି ମାତ୍ର ୦.୦୯୯ ମାଇକ୍ରୋ ସେକେଣ୍ଡରେ ଷ୍ଟିମ୍ପିଂ କରିବାର ରେକର୍ଡ କରିଛନ୍ତି। ମ୍ୟାଚ୍‌ର ୮ମ ଓଭରରେ ଧୋନି ଏଭଳି କରିଛନ୍ତି। କିୱି ଟିମ୍‌ର ଦୁଇ ଓପନର ଟିମ୍‌ ସେଇଫର୍ଟ ଓ କଲିନ ମନରୋ ବେଶ ଶାଣିତ ଢଙ୍ଗରେ ଟିମ୍‌ ଇଣ୍ଡିଆର ବୋଲରଙ୍କୁ ପ୍ରହାର କରିଚାଲିଥିଲେ।

ତେବ ୮ମ ଓଭରରେ କୁଲଦୀପ ଯାଦବ ବ୍ୟାଟିଂ କରୁଥିବା ସେଇଫର୍ଟଙ୍କୁ ବୋଲିଂ କରିଥିଲେ। କୁଲଦୀପଙ୍କ ରଙ୍ଗୱନ୍‌କୁ ସେଇଫର୍ଟ ବୁଝି ନ ପାରି ମିସ କରିଯାଇଥିଲେ। ଏହି ସମୟରେ ୱିକେଟ୍‌ ପଛରେ ଥିବା ଧୋନି ମାତ୍ର ୦.୦୯୯ ମାଇକ୍ରୋ ସେକେଣ୍ଡରେ ସେଇଫର୍ଟଙ୍କୁ ଷ୍ଟମ୍ପିଂ କରିଦେଇଥିଲେ।

ଧୋନି ଏତେ କ୍ଷୀପ୍ର ବେଗରେ ଷ୍ଟମ୍ପିଂ କରିଥିଲେ ଯେ ସେଇଫର୍ଟ କିଛି ବୁଝି ମଧ୍ୟ ପାରି ନଥିଲେ। ଷ୍ଟମ୍ପିଂ ପରେ ଧୋନି ବେଶ ଭଲ ଭାବେ ଜାଣିଥିଲେ ଯେ ଏହା ଆଉଟ୍‌। ହେଲେ ରିପ୍ଲେ ସମୟରେ ଏହା ବେଶ କ୍ଲୋଜ ଥିବା ଜଣାପଡ଼ିଥିଲା। ଶେଷରେ ତୃତୀୟ ଅମ୍ପାୟାର ସେଇଫର୍ଟଙ୍କୁ ଆଉଟ୍‌ ଘୋଷଣା କରିଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2DsQKy8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages