ରାଜନୀତିକୁ ଆସିବେ ସୋନିଆ ଗାନ୍ଧିଙ୍କ ଜ୍ୱାଇଁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ରାଜନୀତିକୁ ଆସିବେ ସୋନିଆ ଗାନ୍ଧିଙ୍କ ଜ୍ୱାଇଁ!

ମୋରଦାବାଦ: ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଖୁବ୍‌ଶୀଘ୍ର ରାଜନୀତିରେ ପାଦ ଦେବେ। କିଛି ଦିନ ତଳେ ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ରାଜନୀତିରେ ପାଦ ଦେଇଥିବା ବେଳେ ଏବେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ରାଜନୀତିକୁ ଓହ୍ଲାଇବେ ବୋଲି ସଙ୍କେତ ଦେଇଛନ୍ତି।

ଏଥିସହ ଉତ୍ତର ପ୍ରଦେଶର ମୋରଦାବାଦରେ ମଧ୍ୟ କଂଗ୍ରେସ କର୍ମୀମାନେ ପୋଷ୍ଟର ଲଗାଇ ଶ୍ରୀ ଭଦ୍ରାଙ୍କୁ ରାଜନୀତିକୁ ଆସିବାକୁ ସ୍ୱାଗତ କରିଛନ୍ତି। ଭଦ୍ରାଜୀ ଆପଣ ମୋରଦାବାଦରୁ ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ନ୍ତୁ ବୋଲି ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି।

ତେବେ କଂଗ୍ରେସର ଶୀର୍ଷ ସ୍ତରୀୟ ନେତା ଏଭଳି ଖବରକୁ ଖଣ୍ଡନ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ରିଜୱାନ କ୍ୟୁରେଶୀ କହିଛନ୍ତି, “ଶ୍ରୀ ଭଦ୍ରା ଏଠାରୁ ନିର୍ବାଚନ ଲଢ଼ିବା ନେଇ କୌଣସି ସୂଚନା ନାହିଁ। ଦଳ ବିରୋଧରେ ଏଭଳି ମ୍ୟାଥା ପ୍ରଚାର କରାଯାଉଛି।”

ଗୋଟିଏ ଦିନ ପୂର୍ବରୁ ଶ୍ରୀ ଭଦ୍ରା ନିଜର ଫେସବୁକ୍‌ ପୋଷ୍ଟ ମାଧ୍ୟରେ ରାଜନୀତିକୁ ଆସିବା ନେଇ ସଙ୍କେତ ଦେବା ପରେ ଏଭଳି ପୋଷ୍ଟର ମୋରଦାବାଦରେ ଦେଖିବାକୁ ମିଳିଛି।



from Odisha Reporter https://ift.tt/2BSl1Xf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages