
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍ଜେ ଆକବରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସାମ୍ବାଦିକ ପ୍ରିୟା ରମାନିଙ୍କୁ ଆଜି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଜାମିନ୍ ଦେଇଛନ୍ତି। ପ୍ରିୟା ଦେଶରେ ଆରମ୍ଭ ହୋଇଥିବା ମିଟୁ ଅଭିଯାନ ମାଧ୍ୟମରେ ଶ୍ରୀ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତେବେ ଶ୍ରୀ ଆକବର ଏହାକୁ ଖଣ୍ଡନ କରିବା ସହ ପ୍ରିୟଙ୍କା ନାଁରେ ଅପରାଧିକ ମାନହାନି ମାମଲା କରିଥିଲେ।
କୋର୍ଟ ଏହି ମାମଲାରେ ପ୍ରିୟାଙ୍କୁ ଜଣେ ଅଭିଯୁକ୍ତ ଭାବେ ସମନ କରିବା ପରେ ସେ ଆଗୁଆ ଜାମିନ୍ ଆବେଦନ କରିଥିଲେ। ଆଜି କୋର୍ଟ ଏହାର ଶୁଣାଣି କରି ପ୍ରିୟାଙ୍କୁ ବ୍ୟକ୍ତିଗତ ୧୦ ହଜାର ଟଙ୍କା ବଣ୍ଡ ସହ ମାର୍ଚ୍ଚ ୮ ଯାଏ ଜାମିନ୍ ଦେଇଛନ୍ତି।
ପ୍ରିୟା କହିଛନ୍ତି, “ଏପ୍ରିଲ ୧୦ରେ ସେମାନେ ମୋ ବିରୋଧରେ ଚାର୍ଜ ଫାଇଲ୍ କରିବେ। ଏହାପରେ ମୁଁ ମୋ ସହ ଯାହା ଘଟିଥିଲା, ସେକଥା ସମସ୍ତଙ୍କୁ ଜଣାଇବି। ମୋ ସପକ୍ଷରେ ସତ୍ୟ ରହିଛି।”
ଶ୍ରୀ ଆକବର ଏସିଆନ୍ ଏଜ୍ରେ ସମ୍ପାଦକ ଥିବା ବେଳେ ପ୍ରିୟା ତାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଶ୍ରୀ ଆକବର ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
from Odisha Reporter https://ift.tt/2VbQP0u
No comments:
Post a Comment