ପଥର ପିଙ୍ଗା ଦାଉରୁ ରକ୍ଷା ପାଇବେ ସୁରକ୍ଷାକର୍ମୀ! ଶୁଣାଣି କରିବେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ପଥର ପିଙ୍ଗା ଦାଉରୁ ରକ୍ଷା ପାଇବେ ସୁରକ୍ଷାକର୍ମୀ! ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କାର୍ଯ୍ୟ କରିବା ବେଳେ ପଥର ଫିଙ୍ଗାଳିଙ୍କ ଆକ୍ରମଣର ଶିକାର ହେଉଥିବା ସୁରକ୍ଷାକର୍ମୀଙ୍କ ମାନବାଧିକାର ଉଲ୍ଲଙ୍ଘନ ହେଉଛି। ତେଣୁ ଏମାନଙ୍କୁ ସୁରକ୍ଷା ଦେବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ଆଜି ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ, ଜମ୍ମୁ-କଶ୍ମୀର ପ୍ରଶାସନ ଓ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)କୁ ନୋଟିସ୍‌ କରିଛନ୍ତି। ସୁରକ୍ଷାକର୍ମୀଙ୍କୁ ପଥର ଫିଙ୍ଗାଳିଙ୍କ କବଳରୁ ରକ୍ଷା କରିବା ପାଇଁ ୧୯ ବର୍ଷୀୟ ପ୍ରୀତି କେଦାର ଗୋଖଲେ ଓ ୨୦ ବର୍ଷୀୟ କାଜଲ ମିଶ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଆବେଦନକାରୀ ଦର୍ଶାଇଥିଲେ ଯେ “ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଥିବା ସୁରକ୍ଷାକର୍ମୀ ଏବଂ ସେମାନଙ୍କ କନଭୟ ଉପରକୁ ଯେଉଁ ଭଳି ପଥର ମାଡ଼ କରାଯାଉଛି, ତାହା ନିଶ୍ଚିତ ଦୁଃଖର ବିଷୟ। ତେଣୁ ସୁରକ୍ଷାକର୍ମୀଙ୍କ ମାନବାଧିକାରକୁ ସୁରକ୍ଷିତ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉ।”



from Odisha Reporter https://ift.tt/2U70pSe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages