
ଅନୁଗୋଳ (ବିରଜା ଦାଶ): ଭାରତୀୟ ସମାଜରେ ଭାଇ ଓ ଭଉଣୀର ସମ୍ପର୍କକୁ ଅତି ପବିତ୍ର ବୋଲି ବିଚାର କରାଯାଏ। ଏଥିପାଇଁ ଆମ ଦେଶରେ ଏକ ପର୍ବ ମଧ୍ୟ ପାଳନ କରାଯାଇଥାଏ। ଯାହାର ନାଁ ହେଲା ‘ରାକ୍ଷୀ ପୂର୍ଣ୍ଣିମା’। ଏହା ପାଳନର ଅର୍ଥ ହେଲା, ଆଜୀବନ ଭାଇଟିଏ ଭଉଣୀ ପାଇଁ ସୁରକ୍ଷା କବଜ ହୋଇ ରହିଥାଏ, ତାକୁ ସୁରକ୍ଷା ଦେଇଥାଏ।
ହେଲେ ବେଳେବେଳେ ଘଟଣାକ୍ରମରେ ଏହି ସମ୍ପର୍କରେ କଳଙ୍କ ଲାଗିଯାଏ। ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଏକ ଗାଁରେ। ଜଣେ ନବମ ଶ୍ରେଣୀ ଝିଅକୁ ଭୁବନେଶ୍ୱର ବୁଲେଇବାକୁ ଆଣି ତା ବଡ଼ବାପା ପୁଅ ଭାଇ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତକାଲି ଅନୁଗୋଳ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ବଡ଼ବାପା ପୁଅ ଭାଇ ଭୁବନେଶ୍ୱର ଓ ଆଠଗଡ଼ ବୁଲାଇବାକୁ ନେଇଥିଲେ। କିନ୍ତୁ ପରେ ଜଣାପଡ଼ିଲା ଯେ ପିଲାଟିର ପ୍ରକୃତ ଉଦ୍ଦେଶ୍ୟ ଖରାପ ଥିଲା। ବୁଲାଇ ନେବା ବାହାନାରେ ସେ ଭଉଣୀର ଶରୀର ଉପରେ ନଜର ରଖିଥିଲା। ଏଥିପାଇଁ ସେ ମୌକା ବି ବାହାର କରିଥିଲା।
ଯୌନ ରାକ୍ଷସ ଭାଇ ଆଠଗଡ଼ରେ ଏକ ନିଛାଟିଆ ଅଞ୍ଚଳରେ ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାକୁ ସ୍ଥାନୀୟ ଲୋକ ଦେଖିବା ସହିତ ପ୍ରତିବାଦ କରିଥିଲେ। ଭଉଣୀ ସହିତ ଶାରୀରିକ ସମ୍ପର୍କ ରଖିଥିବା ସ୍ଥାନୀୟ ଲୋକଙ୍କ ପାଖରେ ଭାଇ ସ୍ୱୀକାର କରିଛି। ପରେ ଏହି ଖବର ଯାଇ ଝିଅଟିର ଘରେ ପହଞ୍ଚିଥିଲା।
ନାବାଳିକା ତାଙ୍କ ପରିବାର ଲୋକଙ୍କ ସହିତ ଯାଇ ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ବଡ଼ବାପା ପୁଅ ଭାଇକୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ଅନୁସନ୍ଧାନରୁ ଘଟଣାର ସତ୍ୟତା ଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲସ କହିଛି।
from Odisha Reporter http://bit.ly/2SdG14M
No comments:
Post a Comment