ଇତିହାସ ସୃଷ୍ଟି କରିବାକୁ ରୋହିତଙ୍କ ପାଖରେ ସୁଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଇତିହାସ ସୃଷ୍ଟି କରିବାକୁ ରୋହିତଙ୍କ ପାଖରେ ସୁଯୋଗ

ୱେଲିଙ୍ଗଟନ୍‌: ଆସନ୍ତାକାଲିଠାରୁ ଭାରତ ଓ ଘରୋଇ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍ ଆରମ୍ଭ ହେବ। ତେବେ ଏହି ସିରିଜ୍‌ ଓ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ପାଖରେ ଏକ ବିରଳ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି। ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ଜିତିବା କ୍ଷେତ୍ରରେ ଭାରତର ପ୍ରଥମ ଅଧିନାୟକ ହେବାର ରେକର୍ଡ କରିଥିଲେ। ଏବେ ରୋହିତ ନ୍ୟୁଜିଲ୍ୟାଣ୍ଡକୁ ଟି-୨୦ରେ ହରାଇ ପାରିଲେ ଦେଶର ପ୍ରଥମ ଅଧିନାୟକ ଭାବେ ଏଭଳି କୀର୍ତ୍ତିମାନ ସ୍ଥାପନ କରିପାରିବେ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମାତ୍ର ଗୋଟିଏ ଥର ଟି-୨୦ ସିରିଜ୍‌ ନ୍ୟୁଜିଲ୍ୟାଣ୍ଡରେ ଖେଳିଛନ୍ତି। ୨୦୦୮-୦୯ରେ ଧୋନିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ତା’ ମାଟିରେ ୨-୦ରେ ପରାସ୍ତ କରିଥିଲା। ଏହି ଗସ୍ତ ବେଳେ ଭାରତ କିନ୍ତୁ ଦିନିକିଆ ସିରିଜ୍‌କୁ ୩-୧ରେ ଜିତିଥିଲା।

ଭାରତ ବ୍ଲାକକ୍ୟାପ୍ସ ବିରୋଧରେ ନ୍ୟୁଜିଲ୍ୟାଣ୍ଡ ମାଟିରେ କୌଣସି ଟି-୨୦ ଜିତି ନଥିବା ବେଳେ ଇତିହାସ ମଧ୍ୟ ରୋହିତ ସେନା ବିପକ୍ଷରେ ରହିଛି। ପ୍ରଥମଥର ପାଇଁ ଭାରତ ୨୦୧୭-୧୮ରେ ନ୍ୟୁଜିଲ୍ୟାଣ୍ଡକୁ ଭାରତରେ ୨-୧ରେ ହରାଇଥିଲା। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୮ଟି ଟି-୨୦ ମ୍ୟାଚ ହୋଇଥିବା ବେଳେ ଦଳ ମାତ୍ର କେବଳ ୨ଟିରେ ଜିତିଛି।

ତେବେ ଭାରତ ପାଇଁ ରୋହିତ ସର୍ବଦା ଲକି ସାବ୍ୟସ୍ତ ହୋଇଛନ୍ତି। ବିରାଟ୍‌ଙ୍କ ଅନୁପସ୍ଥିତିରେ ରୋହିତ ୧୨ଟି ଟି-୨୦ ମ୍ୟାଚର ନେତୃତ୍ୱ ନେଇଥିବା ବେଳେ ୧୧ଟିରେ ଜିତିଛନ୍ତି। ଯଦି ଏହି ସିରିଜ୍‌ରେ ରୋହିତଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ୨ଟି ମ୍ୟାଚ୍‌ ଜିତି ନିଏ, ତା’ହେଲେ ରୋହିତ ବିରାଟ୍‌ଙ୍କ ବିଜୟ ରେକର୍ଡକୁ ଅତିକ୍ରମ କରିଯିବେ। ସେହିପରି ଭାରତର ଦ୍ୱିତୀୟ ସଫଳତମ ଅଧିନାୟକ ହେବେ। ଏବେ ଧୋନି ୭୨ଟି ମ୍ୟାଚ୍‌ରୁ ୪୧ଟି ବିଜୟ ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି।



from Odisha Reporter http://bit.ly/2BkGkQR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages