ମମତାଙ୍କ ରାଜ୍ୟରେ ଯୋଗୀଙ୍କ ରଣହୁଙ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ମମତାଙ୍କ ରାଜ୍ୟରେ ଯୋଗୀଙ୍କ ରଣହୁଙ୍କାର

ପୁରୁଲିଆ: ଅନେକ ହଁ ଏବଂ ନା ପରେ ୪ ଘଣ୍ଟା ବିଳମ୍ବରେ ପୁରୁଲିଆ ପହଞ୍ଚିଛନ୍ତି ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତାଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ମିଳିନଥିବାରୁ ସେ ଝାରଖଣ୍ଡ ଦେଇ ସଡ଼କ ଯୋଗେ ପଶ୍ଚିମ ବଙ୍ଗର ପୁରୁଲିଆ ଠାରେ ହେବାକୁ ଥିବା ରାଲି ସ୍ଥଳରେ ପହଞ୍ଚିଥିଲେ। କାଗଜପତ୍ରରେ ସମସ୍ୟା ଥିବା ଦର୍ଶାଇ ପଶ୍ଚିମବଙ୍ଗ ପ୍ରଶାସନ ବାଟ ଓଗାଳିବାର ପ୍ରୟାସ କରିଥିଲେ ମଧ୍ୟ ଶେଷରେ ଝାରଖଣ୍ଡର ବୋକାରୋ ଦେଇ ସେ ପୁରୁଲିଆ ପହଞ୍ଚିଥିଲେ।

ହଜାର ହଜାର ସମର୍ଥକଙ୍କ ଉପସ୍ଥିତିରେ ଏହି ରାଲିକୁ ଉଦ୍‌ବୋଧନ ଦେଇ ଯୋଗୀ କହିଥିଲେ, “ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇ ସାରିଛନ୍ତି କୋଲକତା ପୁଲିସ ମୁଖ୍ୟ ସିବିଆଇ ନିକଟରେ ହାଜର ହେବେ। ଯଦି ମମତା ବାସ୍ତବରେ ସିବିଆଇକୁ ସହଯୋଗ କରୁଥିଲେ,ତେବେ ଏହି ଧାରଣା ନାଟକ କ’ଣ ପାଇଁ? ପଶ୍ଚିମବଙ୍ଗ ଖୁବ୍‌ ଶୀଘ୍ର ଦୁର୍ନୀତିମୁକ୍ତ ରାଜ୍ୟ ହେବାକୁ ଯାଉଛି।”

ଏହା ପୂର୍ବରୁ ଧାରଣାସ୍ଥଳରୁ ହିଁ ମମତା କହିଥିଲେ, “ସେ (ଯୋଗୀ) ନିର୍ବାଚନ ଲଢ଼ିଲେ ନିଶ୍ଚୟ ହାରିବେ। ନିଜ ରାଜ୍ୟ ଉତ୍ତରପ୍ରଦେଶରେ ତାଙ୍କର ଛିଡ଼ାହେବାର ସାମର୍ଥ୍ୟ ନାହିଁ, ତେଣୁ ବେଙ୍ଗଲରେ ଘୂରିବୁଲୁଛନ୍ତି। ଯୋଗୀ ପ୍ରଥମେ ନିଜ ରାଜ୍ୟ କଥା ବୁଝନ୍ତୁ। ସେଠାରେ ଅନେକ ଲୋକଙ୍କୁ ହତ୍ୟା କରାଯାଇଛି, ଏପରିକି ପୁଲିସ ଅଧିକାରୀ ସେଥିରୁ ବାଦ୍‌ ପଡ଼ିନାହାନ୍ତି।”

ପଶ୍ଚିମ ବଙ୍ଗରେ ଯୋଗୀଙ୍କ ପଥରୋଧ କରାଯିବା ଆଜି ପ୍ରଥମ ଘଟଣା ନୁହେଁ। ରବିବାର ମଧ୍ୟ ପଶ୍ଚିମବଙ୍ଗରେ ହେବାକୁ ଥିବା ଗଣତନ୍ତ୍ର ରାଲିରେ ଯୋଗୀଙ୍କ ହେଲିକପ୍ଟରକୁ ଓହ୍ଲାଇବାର ଅନୁମତି ନମିଳିବାରୁ ସେ ଟେଲିଫୋନ୍‌ ଯୋଗେ ତାଙ୍କର ଅଭିଭାଷଣ ରଖିଥିଲେ। ମମତା ବାନାର୍ଜୀଙ୍କ ଟିଏମ୍‌ସି ସରକାରର ଲଗାତାର ଏତାଦୃଶ କାର୍ଯ୍ୟକଳାପ ପାଇଁ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ମଧ୍ୟ ହୋଇସାରିଛି।

ଆଜି ପୁରୁଲିଆ ପହଞ୍ଚିବା ପୂର୍ବରୁ ଟ୍ୱିଟର୍‌ରେ ସେ ତାଙ୍କ ଦଳର କର୍ମୀଙ୍କ ପାଇଁ ଏବଂ ପଶ୍ଚିମବଙ୍ଗର ଜନସଧାରଣଙ୍କ ପାଇଁ ବାର୍ତ୍ତା ରଖିଥିଲେ। ସେ ଏହି ଟ୍ୱିଟ୍‌ଗୁଡ଼ିକରେ ପଶ୍ଚିମବଙ୍ଗର ଗୌରବମୟ ଗାଥା ବର୍ଣ୍ଣନା କରିବା ସହିତ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇଥିଲେ। ଏତଦ୍‌ବ୍ୟତୀତ ବିଜେପିର ମୂଳଦୁଆ କୁହାଯାଉଥିବା ଜନସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ମଧ୍ୟ ଏହି ରାଜ୍ୟରେ ହୋଇଥିବାରୁ ଏହି ମାଟି ମହାନ ବୋଲି କହିଥିଲେ।

କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ କାର୍ଯ୍ୟକଳାପ କାରଣରୁ ପଶ୍ଚିମବଙ୍ଗର ଗୌରବମୟ ଗରିମା କ୍ଷୁର୍ଣ୍ଣ ହେବାରେ ଲାଗିଛି ବୋଲି ସେ କହିଥିଲେ। ସେ ଏହି କାରଣରୁ ଦୁଃଖପ୍ରକାଶ ମଧ୍ୟ କରିଥିଲେ। ସମ୍ବିଧାନକୁ ବଞ୍ଚାଇବାପାଇଁ ଗଣତାନ୍ତ୍ରିକ ଉପାୟରେ ମମତାଙ୍କ ସରକାରକୁ ହରାଇବାକୁ ସେ ଆହ୍ୱାନ ଦେଇଥିଲେ।

ପଶ୍ଚିମବଙ୍ଗରୁ ୪୨ ଜଣ ଲୋକସଭା ସାଂସଦ ନିର୍ବାଚିତ ହୋଇଥାନ୍ତି, ଯାହାକି ଦେଶରେ ତୃତୀୟ ସର୍ବାଧିକ। ତେଣୁ ବିଜେପି ପୂର୍ବ ଭାରତ ଓ ବିଶେଷ କରି ପଶ୍ଚିମ ବଙ୍ଗ ଉପରେ ନଜର ରଖିଥିବା ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2Tx2oyZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages