ସୁସ୍ଥ ରହିବା ପାଇଁ ‘ଡିଟକ୍ସ ବାଥ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ସୁସ୍ଥ ରହିବା ପାଇଁ ‘ଡିଟକ୍ସ ବାଥ୍‌’

bath

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡିଟକ୍ସ ବାଥ୍‌ ନିହାତି ଜରୁରୀ। ଏହା ଅନେକ ରୋଗରୁ ଠିକ୍‌ କରିବାରେ ସହାୟକ ହୋଇଥାଏ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠିବଣି ଡିଟକ୍ସ ବାଥ୍‌ କ’ଣ।
ଡିଟକ୍ସ ବାଥ୍‌ର ଅର୍ଥ ହେଉଛି ଏହା ଶରୀରରେ ଟକ୍ସିନ୍‌କୁ ବାହାର କରି ଶରୀରକୁ ଆରୋଗ୍ୟ କରିଥାଏ। ଡିଟକ୍ସ ବାଥ୍‌ ଜ୍ୱର, କାଶକୁ ଠିକ୍‌ କରିବା ସହ ଶରୀରରେ ଇନ୍‌ଫେକ୍‌ସନ୍‌କୁ ବି ଦୂର କରିଥାଏ। ଏଥିପାଇଁ ଲୁଣ ପାଣି  ବ୍ୟବହାର ହୋଇଥାଏ।

ଲୁଣ ପାଣି: ଜ୍ୱର ହୋଇଥିବା ସମୟରେ ଆପଣ ଅଳ୍ପ ଉଷୁମ୍‌ ପାଣିରେ ଲୁଣ ପକାଇ ସେଥିରେ ଗାଧୋଇ ପାରିବେ। ମନେ ରଖିବେ ଗୋଟିଏ ବାଲ୍ଟି ଉଷୁମ ପାଣିରେ ଦୁଇ ଚାମଚ ଲୁଣ ଓ ନଡ଼ିଆ ତେଲ ମିଶାଇ ଗାଧୋଇବେ। ଏହି ପାଣିରେ ଗାଧୋଇବା ଦ୍ୱାରା ଜ୍ୱର କାଶ ଠିକ୍‌ ହୋଇଥାଏ। ଲୁଣ ପାଣି ଶରୀରରେ କ୍ୟାଲ୍‌ସିଅମ୍‌ରେ କମୁଥିବା ମାତ୍ରାକୁ ଦୂର କରିଥାଏ ଓ ହାଡ଼କୁ ମଜଭୁତ୍‌ କରିଥାଏ।

ଅଦା ପାଣି : ଥଣ୍ଡା ଓ କାଶ ହେଉଥିଲେ ଅଦାରେ ତିଆରି ଚାହା ତ ସମସ୍ତେ ପିଅନ୍ତି। କିନ୍ତୁ କେବେ କ’ଣ ଏହି ପାଣିରେ ଗାଧୋଇଛନ୍ତି। ଯଦି ନୁହେଁ ତେବେ ଗାଧାନ୍ତୁ। ଏହା ଶରୀରରେ ଥିବା ଆବର୍ଜନା ଓ ଇନ୍‌ଫେକ୍‌ସନ୍‌କୁ ଦୂର କରିଥାଏ। ଏଥିପାଇଁ ଏକ ବଡ଼ ବାଲ୍ଟି ରେ ଅଳ୍ପ ଉଷୁମ୍‌ ପାଣି ନେଇ ତିନି ଚାମଚ ଲୁଣ, ଅଦା ଏବଂ ଗୋଟିଏ ଚାମଚ ବେକିଂ ସୋଢ଼ା ପକାଇ ପାରିବେ । ଏହି ପାଣିରେ ଧିରେ ଧିରେ ଗାଧାନ୍ତୁ କିମ୍ବା ଏହି ପାଣିରେ ନିଜ ଶରୀରରୁ ବୁଡ଼ାଇ ରଖନ୍ତୁ। ଯାହା ଶରୀର ପାଇଁ ଭଲ।

ୟୁକେଲିପ୍ଟସ ଏସେନ୍‌ସିଅଲ୍‌ ଅଏଲ୍‌ ବାଥ୍‌: ୟୁକେଲିପ୍ଟସ ଏସେନ୍‌ସିଅଲ୍‌ ଅଏଲ୍‌ରେ ଗାଧୋଇବା ଦ୍ୱାରା ଜ୍ୱର କାଶ ଦୂର ହେବା ସହ ଶରୀରରେ ଥିବା ଟକ୍ସିନ୍ସକୁ ବାହାର କରିବାରେ ସାହାଯ୍ୟ କରିଥାଏ।
ଏଥିପାଇଁ ଏକ ବଡ଼ ବାଲ୍ଟିରେ ଅଳ୍ପ ଉଷୁମ ପାଣି ନେଇ ସେଥିରେ ସେନ୍ଧା ଲୁଣ ଗୋଟିଏ ଚାମଚ,ବେକିଂ ସୋଢ଼ା ଓ ୧୦ ବୁନ୍ଦା ୟୁକେଲିପ୍ଟସ୍‌ ତେଲ ମିଶାନ୍ତୁ। ଏହି ପାଣିରେ ଗାଧୋଇବା ଦ୍ୱାରା ଶରୀର ଥକାପଣ ଦୂର ହୋଇଥାଏ।
ଭିନେଗାର ବାଥ୍‌: ଗୋଟିଏ ବାଲ୍ଟି ପାଣିରେ ଗୋଟିଏ କପ୍‌ ଆପଲ୍‌ ସିଡର ଭିନେଗାର ପକାଇ ଗାଧାନ୍ତୁ। ଏହା ଶରୀର ପାଇଁ ଖୁବ୍‌ ଉପକାରୀ । ଏହା ଶରୀରକୁ ଇନ୍‌ଫେକ୍ସନଠାରୁ ଦୂରେଇ ରଖେ।



from Odisha Reporter https://ift.tt/2GASr0B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages