
ଜୟପୁର: ଜମ୍ମୁକଶ୍ମୀରର ପୁଲ୍ୱାମାର ତାତି ଏବେ ଜୟପୁରର ଜେଲ୍ରେ ପହଞ୍ଚିସାରିଛି। ଜୟପୁର ସେଣ୍ଟ୍ରାଲ ଜେଲ୍ରେ ଜଣେ ପାକିସ୍ତାନୀ କଏଦୀକୁ ହତ୍ୟା କରାଯାଇଥିବା ନେଇ ପୁଲିସ୍ ସୂଚନା ଦେଇଛି। ଏହି ଘଟଣାରେ ୩ ଜଣ ଜେଲ୍ ଅନ୍ତେବାସୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।
ମୃତ ପାକିସ୍ତାନୀ ଜଣକର ନାମ ଶକିରୁଲ୍ଲା ଏବଂ ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଜୟପୁର ଜେଲ୍ ଭିତରେ ଶକିରୁଲ୍ଲାକୁ ପିଟିପିଟି ମାରିଦିଆଯାଇଛି। ଘଟଣା ବାବଦରେ ଜାଣିବାପରେ ବରିଷ୍ଠ ପୁଲିସ୍ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ରାଜସ୍ଥାନ ପୁଲିସ୍ ଆଇଜି ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ନିଶ୍ଚିତ କରିଛନ୍ତି। ଏହି ଘଟଣା ପୁଲ୍ୱାମା ଘଟଣାର ମାତ୍ର ୬ ଦିନ ପରେ ଘଟିଛି। ସୂଚନାଯୋଗ୍ୟ ଯେ, ପୁଲ୍ୱାମା ଆକ୍ରମଣରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା, ସେନା ଏବଂ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଥିବା ଅଭିଯୋଗ ହୋଇଆସୁଛି।
from Odisha Reporter https://ift.tt/2GDbKpY
No comments:
Post a Comment