
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ହମ୍ଲା ପରେ ଏବେ ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ହେବ କି ନାହିଁ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଭିନ୍ନ ସଂଗଠନ ଭାରତ ବିଶ୍ୱକପ୍ରେ ପାକ୍ ବିପକ୍ଷ ମ୍ୟାଚ୍ ବର୍ଜନ କରୁ ବୋଲି ଦାବି କରୁଥିବା ବେଳେ ଆଜି ଆଇପିଏଲ୍ ଅଧ୍ୟକ୍ଷ ତଥା ପୂର୍ବତନ ବିସିସିଆଇ ସଦସ୍ୟ ରାଜୀବ ଶୁକ୍ଳା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ କତ ନାହିଁ ତାହା ସମୟ ଆସିଲେ ଜଣାପଡ଼ିବ। କିନ୍ତୁ ଏହି ମ୍ୟାଚ୍ ହେବାକୁ ବହୁତ ଡେରି ଅଛି।
ଶ୍ରୀ ଶୁକ୍ଳା କହିଛନ୍ତି,“ ଆମ ଷ୍ଟାଣ୍ଡ ଏକଦମ ସ୍ପଷ୍ଟ। ସରକାର ଆମକୁ ଅନୁମତି ନ ଦେବା ଯାଏ ଆମେ ପାକିସ୍ତାନ ସହ ଖେଳିବୁ ନାହିଁ। ହଁ ଆମେ ମାନୁଛୁ କ୍ରୀଡ଼ା ସବୁଠାରୁ ଉପରେ ରହିବା ଦରକାର। କିନ୍ତୁ ଯଦି କିଏ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି, ତା’ହେଲେ ଏହା ନିଶ୍ଚିତ କ୍ରୀଡ଼ାକୁ ପ୍ରଭାବିତ କରିବ। ବିଶ୍ୱକପ୍ ପାଇଁ ଆହୁରି ସମୟ ରହିଛି। ତେଣୁ ସେତେବେଳେ କ’ଣ ହେଉଛି, ସେକଥାକୁ ଅପେକ୍ଷା କରିବାକୁ ପଡ଼ିବ।
ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରିବା ଦରକାର। ଆମେ ଆରମ୍ଭରୁ ଏକଥା କହି ଆସୁଛୁ। ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନ ସଂପୃକ୍ତ ଥିବା ଆମ ସରକାର ଥିବା ବେଳେ ଆମେ ବିଶ୍ୱକୁ ଦେଖାଇଛୁ। ପାକିସ୍ତାନ ଥରେ ନିଜ ଆଡ଼ୁ ଏକଥା ଚିନ୍ତା କରିବା ଦରକାର।”
from Odisha Reporter http://bit.ly/2Egyb1J
No comments:
Post a Comment