ଅଗୁସ୍ତା: ଫେବୃଆରୀ ୨୨ ଯାଏ ରାଜୀବଙ୍କୁ ଅନ୍ତରୀଣ ଜାମିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଅଗୁସ୍ତା: ଫେବୃଆରୀ ୨୨ ଯାଏ ରାଜୀବଙ୍କୁ ଅନ୍ତରୀଣ ଜାମିନ୍‌

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ମାମଲାରେ ବ୍ୟବସାୟୀ ରାଜୀବ ସାକ୍ସେନାଙ୍କୁ ଚଳିତ ମାସ ୨୨ ତାରିଖ ଯାଏ ଅନ୍ତରୀଣ ଜାମିନ ଦେଇଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ। ୩୬୦୦ କୋଟି ଟଙ୍କାର ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ରାଜୀବ ଅନ୍ୟତମ ଅଭିଯୁକ୍ତ।

କୋର୍ଟ ଏହି ଅବସରରେ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସାକ୍ସେନା ଏହି ଅବଧିରେ ସହର ବାହାରକୁ ଯାଇପାରିବେନି ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେନି। ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ଜାମିନ ଦେବା ଅବସରରେ ରାଜୀବଙ୍କ ସ୍ୱାସ୍ଥ୍ୟାବସ୍ଥାର ମେଡିକାଲ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ମାମଲାରେ ମୁଖ୍ୟ ମଧ୍ୟସ୍ଥି କୁହାଯାଉଥିବା ଖ୍ରୀଷ୍ଟିଆନ୍‌ ମିଶେଲକୁ ଦୁବାଇରୁ ଭାରତ ପ୍ରତ୍ୟର୍ପଣ କରାଯିବା ପରେ ରାଜୀବଙ୍କୁ ଗତ ଜାନୁଆରୀ ୩୦ ତାରିଖରେ ଦୁବାଇରୁ ନୂଆଦିଲ୍ଲୀ ଅଣାଯାଇଥିଲା।

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହିଁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ସେ ତଦନ୍ତରେ ସହଯୋଗ କରୁଛନ୍ତି ଏବଂ ଲ୍ୟୁକେମିଆରେ ପୀଡ଼ିତ ଥିବାରୁ ତାଙ୍କୁ ଜାମିନ ଦିଆଯାଇପାରିବ ବୋଲି ଦର୍ଶାଇ ଇଡି ପକ୍ଷରୁ ରାଜୀବଙ୍କ ମେଡିକାଲ ରିପୋର୍ଟ ଦାଖଲ କରାଯାଇଥିଲା।



from Odisha Reporter http://bit.ly/2Sz5sy3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages