
ଦୁବାଇ: ଇଂଲଣ୍ଡ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ୱେଷ୍ଟଇଣ୍ଡିଜ୍ ବ୍ୟାଟସ୍ମ୍ୟାନ୍ କ୍ରିସ୍ ଗେଲ୍ ବିଶ୍ୱ ରେକର୍ଡ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୧୨ଟି ଛକା ମାରିବା ସହ ପାକିସ୍ତାନ ବ୍ୟାଟସ୍ମ୍ୟାନ୍ ଶାହିଦ ଆଫ୍ରିଦିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ଏବେ ସେ ବିଶ୍ୱର ସର୍ବାଧିକ ଛକା ମାରିବାର ଖେଳାଳି ହୋଇଯାଇଛନ୍ତି। ବିଶ୍ୱକପ୍ ପରେ ଅବସର ନେବାକୁ ଥିବା ଗେଲ ଅନ୍ତର୍ଜାତୀୟ ମ୍ୟାଚ୍ରେ ସମୁଦାୟ ୪୭୭ଟି ଛକା ମାରିଛନ୍ତି। ଆଫ୍ରିଦି ୫୨୪ଟି ମ୍ୟାଚ୍ରେ ୪୭୬ଟି ଛକା ମାରି ସର୍ବାଧିକ ଛକା ମାରିବା ତାଲିକାର ଏକ ନମ୍ବର ସ୍ଥାନରେ ଥିଲେ। କିନ୍ତୁ ଗେଲ ୪୪୪ଟି ମ୍ୟାଚ୍ରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗେଲ୍ ଦିନିକିଆରେ ୨୭୬ଟି ଛକା ମାରିଥିବା ବେଳେ ଟି-୨୦ରେ ୧୦୨ ଓ ଟେଷ୍ଟରେ ୯୮ଟି ଛକା ମାରିଛନ୍ତି।
ଏହି ତାଲିକାର ତୃତୀୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ବ୍ରେଣ୍ଡନ୍ ମ୍ୟାକ୍କୁଲମ(୩୯୮), ୪ର୍ଥରେ ଶ୍ରୀଲଙ୍କାର ସନଥ ଜୟସୂରିୟା(୩୫୨) ଓ ୫ମରେ ଟିମ୍ ଇଣ୍ଡିଆର ରୋହିତ ଶର୍ମା(୩୪୯) ରହିଛନ୍ତି।
ଅନ୍ୟପକ୍ଷରେ ଗେଲ୍ ଇଣ୍ଡିଜ୍ ପକ୍ଷରୁ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳି। ସେ ଆଜି ଯାଏ ୨୩ଟି ଶତକ ହାସଲ କରିଛନ୍ତି। ସେହିପରି ଗେଲ୍ ଦେଶର ଦ୍ୱିତୀୟ ସର୍ବାଧିକ ଦିନିକିଆ ରନ୍ ହାସଲକାରୀ ଖେଳାଳି। ଗେଲ୍ ୯,୭୨୭ ରନ୍ କରିଥିବା ବେଳେ ବ୍ରାଏନ୍ ଲାରା ୧୦,୪୦୫ ରନ୍ ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି।
from Odisha Reporter https://ift.tt/2T63p3X
No comments:
Post a Comment