ଆୟକର ଫାଙ୍କି ଓ ବିଦେଶରୁ ପୁଞ୍ଜି ଆଣିବା ଅଭିଯୋଗ ଲୋକସଭାରେ ଉଠାଇଲା ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଆୟକର ଫାଙ୍କି ଓ ବିଦେଶରୁ ପୁଞ୍ଜି ଆଣିବା ଅଭିଯୋଗ ଲୋକସଭାରେ ଉଠାଇଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ଫାଙ୍କି ଓ ବିଦେଶରୁ ବେଆଇନ୍‌ ଉପାୟରେ ପୁଞ୍ଜି ଆଣିବା ଅଭିଯୋଗକୁ ଲୋକସଭାରେ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ।

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଥିବା ଭର୍ତ୍ତୃହରି ଆଜି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, “ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡ୍ରିଂ ତଥା ବିଦେଶୀ ମୁଦ୍ରା ବିନିମୟ ଆଇନ ବା ଫେମା ଉଲ୍ଲଂଘନ ଭଳି ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ବୈଜୟନ୍ତ ବିଦେଶରେ ଆକାଉଣ୍ଟ ଖୋଲି ଆର୍ଥିକ କାରବାର କରିଥିଲେ। ଭାରତ ଫେରିବା ପରେ ବିଦେଶରେ ଆକାଉଣ୍ଟ ଥିବା କଥା ସେ ଆର୍‌ବିଆଇ କିମ୍ବା ସରକାରଙ୍କୁ ଜଣାଇଥିଲେ କି? ସେହିପରି ବିଦେଶୀ ଆକାଉଣ୍ଟକୁ ବନ୍ଦ କରିବା ସମୟରେ ଏଥିରେ ଥିବା ଅର୍ଥକୁ ଭାରତୀୟ ଆକାଉଣ୍ଟକୁ ପଠାଇବା ଲାଗି ଆବଶ୍ୟକ ଅନୁମତି ନେଇ ଥିଲେ କି? ଯଦି ଅନୁମତି ନେଇନଥିଲେ, ତେବେ ତାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଓ ଫେମା ଆଇନ୍ ସହ ଅନ୍ୟ ଅପରାଧିକ ମାମଲା ରୁଜୁ ହେବନାହିଁ କି? ଏହି ଅଭିଯୋଗ ଉପରେ କେନ୍ଦ୍ର ସରକାର କ’ଣ କାର୍ଯ୍ୟନୁଷ୍ଠାନ ନେଇଛନ୍ତି? ଆଉ କାର୍ଯ୍ୟାନୁଷ୍ଠାନ କେଉଁ ପର୍ଯ୍ୟାୟରେ ଅଛି, ତାହା ଜଣାନ୍ତୁ।”

ସେପଟେ ଏହାର ଜବାବ ଦେଇଛନ୍ତି ବୈଜୟନ୍ତ ପଣ୍ଡା। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି-“ବାହାମାସ୍‌ରେ ମୋର କିମ୍ବା ମୋ ପରିବାର ଦ୍ୱାରା ପରିଚାଳିତ କୌଣସି କମ୍ପାନୀର ଆକାଉଣ୍ଟ ନାହିଁ। ଗତ ୬୦ ବର୍ଷ ହେଲା ମୋ ପାରିବାରିକ କମ୍ପାନୀ ଗୁଡ଼ିକ ସାରା ବିଶ୍ୱରେ ବ୍ୟାବସାୟିକ କାରବାର କରିଛନ୍ତି। ତେବେ ଏସବୁ କାରବାର ସରକାରୀ ବିଧି ବ୍ୟବସ୍ଥାରେ କରାଯାଇଛି। ଆର୍‌ବିଆଇ ଭଳି ଅଧିକୃତ କର୍ତ୍ତୃପକ୍ଷଙ୍କୁ ଜଣାଇ ଓ ସେମାନଙ୍କ ଅନୁମତିରେ ହୋଇଛି। ଏସମସ୍ତ ବିଷୟ ପବ୍ଲିକ ଡୋମେନ୍‌ ବା ସର୍ବସାଧାରଣରେ ଉପଲବ୍ଧ ରହିଛି।”

ଆୟକର ଫାଙ୍କି ଓ ବିଦେଶରୁ ବେଆଇନ୍‌ ଉପାୟରେ ପୁଞ୍ଜି ଆଣିବା ଅଭିଯୋଗ ନେଇ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି-“ଉଭୟ ବିଜେପି ଓ ବିଜେଡି ମିଶି ବୈଜୟନ୍ତଙ୍କୁ ଏଭଳି ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାକୁ ଚକ୍ରାନ୍ତ କରିଛନ୍ତି। ରାଜନୀତିରେ ଏଭଳି ହୀନମନ୍ୟତା କଣ ଶୋଭାପାଏ କି?”

ତେବେ ଉଭୟ ବିଜେଡି ଓ ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରିନି।



from Odisha Reporter http://bit.ly/2DwIGfO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages