ମନ୍ତ୍ରୀ ନେତାଙ୍କୁ ମଧ୍ୟାହ୍ଣଭୋଜନ ଦେଲେ ବାଚସ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ମନ୍ତ୍ରୀ ନେତାଙ୍କୁ ମଧ୍ୟାହ୍ଣଭୋଜନ ଦେଲେ ବାଚସ୍ପତି

ନୂଆଦିଲ୍ଲୀ: ବୁଧବାର ସରିଯିବ ୧୬ତମ ଲୋକସଭା। ଏହାର ଠିକ୍‌ ପୂର୍ବରୁ ମଙ୍ଗଳବାର ସମସ୍ତ ମନ୍ତ୍ରୀ ଏବଂ ସଂସଦରେ ସମସ୍ତ ଦଳର ନେତାଙ୍କୁ ମଧ୍ୟାହ୍ଣଭୋଜନରେ ଆପ୍ୟାୟିତ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ଏଥିରେ ଲୋକସଭା ଏବଂ ରାଜ୍ୟସଭାରେ ବିଭିନ୍ନ ଦଳର ମୁଖ୍ୟସଚେତକ ଏବଂ ସଚେତକମାନେ ମଧ୍ୟ ଯୋଗ ଦେଇଥିଲେ। ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ, ଲୋକସଭା ଉପବାଚସ୍ପତି ଏମ୍‌ ଥମ୍ବିଦୁରାଇ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ମନ୍ତ୍ରୀମାନେ ଯୋଗ ଦେଇଥିଲେ।

ସେହିଭଳି ବିରୋଧୀ ଦଳମାନଙ୍କରୁ ଲୋକସଭାରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାଡ଼ଗେ, ଟିଏମ୍‌ସିର ସୌଗତ ରୟ, ଜେଡିଏସ୍‌ର ଏଚ୍‌ଡି ଦେବେଗୌଡ଼ା, ଏନ୍‌ସିପିର ସୁପ୍ରିୟା ସୁଲେ ଏବଂ ଶିରୋମଣି ଅକାଳୀ ଦଳର ଏସ୍‌ଏସ୍‌ ଧିଣ୍ଡସା ଆଦି ଯୋଗ ଦେଇଥିଲେ।

ବାଚସ୍ପତିଙ୍କ ନିଜ ରାଜ୍ୟ ମଧ୍ୟପ୍ରଦେଶର ମାଲ୍‌ୱା ଅଞ୍ଚଳର ପ୍ରସିଦ୍ଧ ନିରାମିଷ ଖାଦ୍ୟ ‘ଲଡ୍ଡୁ-ବାଫ୍‌ଲା’ ଏହି ଭୋଜନରେ ପରଷା ଯାଇଥିଲା। ଚଳିତ ବର୍ଷ ମେ’ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହାହିଁ ଥିଲା ଶେଷ ଅଧିବେଶନ।



from Odisha Reporter http://bit.ly/2SsDofv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages