୨-୦ରେ ସିରିଜ୍‌ କ୍ଲିନ୍‌ ସୁଇପ୍‌ କଲା ଅଷ୍ଟ୍ରେଲିଆ, ଖ୍ୱାଜାଙ୍କ ପରେ ଷ୍ଟାର୍କ ଧମାକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

୨-୦ରେ ସିରିଜ୍‌ କ୍ଲିନ୍‌ ସୁଇପ୍‌ କଲା ଅଷ୍ଟ୍ରେଲିଆ, ଖ୍ୱାଜାଙ୍କ ପରେ ଷ୍ଟାର୍କ ଧମାକା

ମେଲବର୍ଣ୍ଣ: ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଓ ଉସମାନ ଖ୍ୱାଜାଙ୍କ ଶତକ ବଳରେ ଘରୋଇ ଅଷ୍ଟ୍ରେଲିଆ ଦଳ କାନବେରା ଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଜିତି ନେଇଛି। ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀଲଙ୍କାକୁ ଜିତିବା ପାଇଁ ୫୧୬ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ଦୀନେଶ ଚାଣ୍ଡିମାଲଙ୍କ ଦଳ ମାତ୍ର ୧୪୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ଫଳରେ କଙ୍ଗାରୁ ଟିମ୍‌ ବିଶାଳ ୩୬୬ ରନ୍‌ରେ ବିଜୟ ଲାଭ କରିଛି। ଷ୍ଟାର୍କ ୪୬ ରନ୍‌ ଦେଇ ୫ଟି ୱିକେଟ୍‌ ନେଇଥିବା ବେଳେ ପ୍ୟାଟ୍‌ କମିନ୍ସ ୧୫ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଛନ୍ତି। ଏହି ଦୁଇ ଦ୍ରୁତ ବୋଲରଙ୍କୁ ସାମ୍ନା କରି ନ ପାରି ଶ୍ରୀଲଙ୍କାର ୪ର୍ଥ ଦିନ ଚା’ପାନ ବିରତି ପୂର୍ବରୁ ଅଲଆଉଟ୍‌ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ମାତ୍ର ୪ ଜଣ ବ୍ୟାଟସ୍‌ମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଦଳ ପକ୍ଷରୁ କୁଶଲ ମେଣ୍ଡିସ ୪୨ ଓ ଲାହିରୁ ଥିରିମାନେ ୩୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ମାନୁକା ଓଭାଲ୍‌ ଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୫ ୱିକେଟ୍‌ ହରାଇ ୫୩୪ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୨୧୫ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୩୮୪ ରନ୍‌ କରିଥିଲା। ଟ୍ରାଭିସ୍‌ ହେଡ୍‌ ୧୬୧ ରନ ଓ ଜନ୍‌ ବର୍ନସ ଅପରାଜିତ ୧୭୨ ରନ୍‌ କରିଥିଲେ। ତେବେ ଦ୍ୱିତୀୟ ଦିନରେ ପ୍ୟାଟରସନ୍‌ ଶତକ ହାସଲ କରିବାରୁ ଅଷ୍ଟ୍ରେଲିଆ ୫ ୱିକେଟ୍‌ ହରାଇ ୫୩୪ ରନ୍‌ କରିଥିଲା। ବର୍ନସ ୧୮୦ ଓ ପ୍ୟାଟରସନ୍‌ ଅପରାଜିତ ୧୧୪ ରନ୍‌ କରିଥିଲେ।

ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍‌ରେ ଉସମାନ ଖ୍ୱାଜାଙ୍କ ଅପରାଜିତ (୧୦୧) ଶତକ ବଳରେ ୩ ୱିକେଟ୍‌ ହରାଇ ୨୧୫ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। ଦ୍ୱିତୀୟ ଇନିଂସ୍‌ରେ ଟ୍ରାଭିସ୍‌ ହେଡ ମଧ୍ୟ ଅପରାଜିତ ୫୯ ରନ୍‌ର ଇନିଂସ୍‌ ଖେଳିଥିଲେ। ଫଳରେ ଶ୍ରୀଲଙ୍କାକୁ ବିଶାଳ ୫୧୬ ରନ୍‌ର ଟାର୍ଗେଟ ମିଳିଥିଲା।

 



from Odisha Reporter http://bit.ly/2WCtKWe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages