ସିବିଆଇକୁ ମିଳିଲା ଅନୁମତି, ବନ୍ଧାହେବେ ଚିଦାମ୍ବରମ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ସିବିଆଇକୁ ମିଳିଲା ଅନୁମତି, ବନ୍ଧାହେବେ ଚିଦାମ୍ବରମ୍‌!

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ସିବିଆଇକୁ ଅନୁମତି ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗତ ମାସ ୨୧ ତାରିଖରେ ହିଁ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସରକାରଙ୍କ ଅନୁମତି ମାଗିଥିଲା।

ଆଗାମୀ କିଛି ଦିନରେ ହିଁ ଏହି ମାମଲାରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିବ। ୟୁପିଏ-୧ ସରକାର ସମୟରେ ୨୦୦୭ ମସିହାରେ ମିଡିଆ ଜଗତର ବହୁ ଚର୍ଚ୍ଚିତ ପିଟର ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ମାଲିକାନାରେ ଥିବା ଏକ ଗ୍ରୁପ୍‌ ଅଫ୍‌ କମ୍ପାନୀକୁ ଫରେନ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ରମୋସନ୍‌ ବୋର୍ଡ କ୍ଳିଅରାନ୍ସ ଦେବା ମାମଲାରେ ଗତ କିଛି ମାସରେ ଇଡି ଉଭୟ ପି ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଲଗାତାର ଜେରା କରିଥିଲା।

ଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ମନି ଲଣ୍ଡରିଂ ନିରୋଧ ଆଇନ ଅନୁଯାୟୀ ଚିଦାମ୍ବରମ୍‌ଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ଅବସରରେ ତାଙ୍କୁ ପଚରାଯାଇଥିଲା, ସେ ପିଟର ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କାହିଁକି ଭେଟିଥିଲେ ? ସେମାନଙ୍କ କମ୍ପାନୀକୁ ୩୦୫ କୋଟି ଟଙ୍କାର ବିଦେଶୀ ନିବେଶ ପାଇଁ କାହିଁକି ଅନୁମତି ଦେଇଥିଲେ?



from Odisha Reporter https://ift.tt/2NlajwU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages