
ମୁମ୍ବାଇ: ଆସନ୍ତାକାଲି ଠାରୁ ଟିମ୍ ଇଣ୍ଡିଆର ମହିଳା ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଟିମ୍ ଇଣ୍ତିଆକୁ ଜବରଦସ୍ତ ଝଟକା ଲାଗିଛି। ଦଳର ଅଭିଜ୍ଞ ଖେଳାଳି ତଥା ଟି-୨୦ ଅଧିନାୟକ ହରମନପ୍ରୀତ କୌର ପୂରା ସିରିଜ୍ରୁ ବାଦ୍ ପଡ଼ିଛନ୍ତି।
ସେ ଗଣ୍ଠି ଜନିତ ସମସ୍ୟାରେ ପଡ଼ିଥିବାରୁ ତାଙ୍କୁ ଏହି ସିରିଜ୍ରେ ବିଶ୍ରାମ ଦିଆଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ତାଙ୍କ ବଦଳରେ ଅଲରାଉଣ୍ଡର ହାରଲେନ୍ ଦେଓଲଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ଦଳରେ ସାମିଲ କରାଯାଇଛି।
ଭାରତୀୟ ମହିଳା ଦଳ ନିକଟରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା। ସେଠାରୁ ଫେରିବା ପରେ ହରମନପ୍ରୀତ ଗଣ୍ଠି ଜନିତ ସମସ୍ୟାରେ ପଡ଼ିଥିଲେ। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜ୍ରେ ସାମିଲ କରାଯାଇ ନାହିଁ। ତେବେ ସେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ)ରେ ନିଜର ଫିଟନେଶ ପାଇଁ ସାମିଲ ହେବେ।
ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ମୁମ୍ବାଇର ୱାଙ୍ଖେଡ଼ ଷ୍ଟାଡିୟମରେ ୨୨ରୁ ୨୮ ତାରିଖ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ୨୨ ତାରିଖରେ ହେବାକୁ ଥିବା ବେଳେ ଦ୍ୱିତୀୟ ଦିନିକିଆ ୨୫ ଓ ଶେଷ ମ୍ୟାଚଟି ୨୮ ତାରିଖରେ ଖେଳାଯିବ।
ଭାରତୀୟ ମହିଳା ଦଳ: ମିତାଲି ରାଜ(ଅଧିନାୟକ), ଝୁଲନ ଗୋସ୍ୱାମୀ, ସ୍ମୃତି ମନ୍ଧାନା, ହାରଲେନ୍ ଦେଓଲ, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ତନୟା ଭାଟ୍ଟିଆ(ୱି), ଆର କଳ୍ପନା(ୱି), ମୋନା ମେହର୍ଶମ, ଏକତା ବିଷ୍ଟ, ରାଜେଶ୍ୱରୀ ଗାଏକ୍ୱାଏଡ, ପୁନମ ଯାଦବ, ଶିଖା ପାଣ୍ଡେ, ମାନସୀ ଯୋଶୀ ଓ ପୁନମ ରାଉତ।
from Odisha Reporter https://ift.tt/2T60zfq
No comments:
Post a Comment