ବଢ଼ିଲା ଇପିଏଫ୍ ସୁଧ ହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ବଢ଼ିଲା ଇପିଏଫ୍ ସୁଧ ହାର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍)ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। କାରଣ ପୂର୍ବାପେକ୍ଷା ଏଥର ଇପିଏଫ୍ ଆକାଉଣ୍ଟଧାରୀ ଅଧିକ ସୁଧ ପାଇବେ। ମିଳିଥିବା ସୂଚନା ଅନୁସାରେ,ଇପିଏଫ୍‌ଓ ଏହାର ସୁଧହାର ୮.୫୫%ରୁ ୮.୬୫%କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି।

ଇପିଏଫ୍ଓର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଟ୍ରଷ୍ଟିଜ୍‌(ସିବିଟି)ର ବୈଠକରେ ସମସ୍ତ ସଦସ୍ୟ ସୁଧହାର ବୃଦ୍ଧି ସପକ୍ଷରେ ମତ ରଖିଛନ୍ତି। ବୈଠକ ପରେ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇ କହିଛନ୍ତି ବୋର୍ଡ ସଦସ୍ୟମାନଙ୍କ ସୁପାରିସକୁ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ। ଏହାଦ୍ୱାରା ପ୍ରାୟ ୬ କୋଟି ଇଫିଏଫ୍ ହିତାଧିକାରୀ ଉପକୃତ ହେବେ।

ସୂଚନା ଅନୁସାରେ ୨୦୧୫-୧୬ରେ ଇପିଏଫ୍‌ଓ କର୍ମଚାରୀମାନଙ୍କୁ ୮.୮% ସୁଧ ଦେଉଥିବା ବେଳେ ଏହାକୁ ବିଭିନ୍ନ ସମୟରେ ହ୍ରାସ କରି ୮.୫୫%କୁ ଖସାଇ ଦେଇଥିଲା। ୨୦୧୭-୧୮ରେ ଏହା ୮.୬୫% ଥିଲା। ସେହିପରି ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଏହା ୮.୭୫% ଥିଲା।

 



from Odisha Reporter https://ift.tt/2ItC9Iq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages