
ମୁମ୍ବାଇ: ମିଠୁ କ୍ୟାମ୍ପେନ୍ରେ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ମିଳିଛି ନୂଆ ଅଫର। କିନ୍ତୁ ବଲିଉଡର କୌଣସି ନୂଆ ଫିଲ୍ମ ପାଇଁ ନୁହେଁ। ଆମେରିକାର ବୋଷ୍ଟନରେ ଥିବା ହାଭାର୍ଡ ବିଜନେସ୍ ସ୍କୁଲରେ ଭାଷଣ ଦେବା ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଛି। ସ୍ନାତକ ଛାତ୍ରଙ୍କ ଦ୍ୱାରା ଆୟୋଜିତ ଫେଲୋସିପ୍ କାର୍ଯ୍ୟକ୍ରମରେ ତନୁଶ୍ରୀ ଭାଷଣ ଦେବେ। ଏନେଇ ଇନଷ୍ଟାଗ୍ରମରେ ସୂଚନା ଦେଇଛନ୍ତି ଖୋଦ୍ ତନୁଶ୍ରୀ।

ଗତବର୍ଷ ଅକ୍ଟୋବର ମାସରେ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ କି, ନାନା ତାଙ୍କ ସହ ଦୁର୍ବବ୍ୟବହାର କରିବା ସହ ତାଙ୍କୁ ଫିଲ୍ମରୁ ବାହର କରିଦେଇଥିଲେ। ଏମିତିକି, ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ସେ କହିଥିଲେ। ଏହା ପରେ ଭାରତରେ ଆରମ୍ଭ ହୋଇଥିଲା ମିଠୁ କ୍ୟାମ୍ପେନ। ବହୁ ଅଭିନେତା, ନିର୍ଦ୍ଦେଶକ ସହ ବଡ଼ ବଡ଼ ଲୋକଙ୍କ ବିରୋଧରେ ଏହି କ୍ୟାମ୍ପେନ ଚାଲିଥିଲା।
from Odisha Reporter http://bit.ly/2SA9fuj
No comments:
Post a Comment