
ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ତୈଳ ବିଶୋଧନାଗାର ଆଗରେ ଧାରଣା ଦେଇଥିବା ଜମିହରା କୃଷକ ମଞ୍ଚ ସଦସ୍ୟଙ୍କୁ ପୁଲିସ୍ ଉଠାଇ ନେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିକ୍ଷୋଭକାରୀ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଛି।
ବିଭିନ୍ନ ଦାବି ନେଇ ୪ ଦିନ ହେଲା ଜମିହରା ଏକତା ମଞ୍ଚ ବିଶୋଧନାଗାର ଆଗରେ ଧାରଣା ଦେଇଥିଲା। ଦିନକ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରାଦୀପ ଆସୁଥିବାରୁ ପୁଲିସ୍ ଆଜି ବିକ୍ଷୋଭକାରୀଙ୍କୁ ଧାରଣାରୁ ଉଠାଇ ନେଇ ଲକ୍ ଥାନା ଅଞ୍ଚଳରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳରେ ଅଟକ ରଖିଛି।
ଏହାର ପ୍ରତିବାଦରେ ୧୭୫୨ ଜମିହରା ପରିବାର ପକ୍ଷରୁ ପ୍ରାୟ ଦେଢ଼ ହଜାର ଆନ୍ଦୋଳନକାରୀ ବିଶୋଧନାଗାର ଆଡ଼କୁ ମାଡ଼ି ଆସିଥିଲେ। ଏହାକୁ ରୋକିବା ଲାଗି ପୁଲିସ୍ ପକ୍ଷରୁ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ବିକ୍ଷୋଭକାରୀଙ୍କୁ ଅଟକାଇବାବେଳେ ବିକ୍ଷୋଭକାରୀମାନେ ପୁଲିସ୍ ସହ ଧସ୍ତାଧସ୍ତି ହୋଇଛି। ବିକ୍ଷୋଭକାରୀମାନେ ମହିଳା ଓ ଶିଶୁଙ୍କୁ ଢାଲ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ୍ ପାଇଁ କାଠିକର ପାଠ ହୋଇଛି ।
from Odisha Reporter http://bit.ly/2BkxPWa
No comments:
Post a Comment