ସଭାସ୍ଥଳରେ ଆଦିବାସୀଙ୍କ ସହିତ ନାଚିଲେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ସଭାସ୍ଥଳରେ ଆଦିବାସୀଙ୍କ ସହିତ ନାଚିଲେ ରାହୁଲ ଗାନ୍ଧି

ରାଉରକେଲା(ଓଡ଼ିଶା ରିପୋର୍ଟର): ମାଦଳ ତାଳେ ତାଳେ ନାଚୁଥିଲେ ଆଦିବାସୀ ପୁରୁଷ ଓ ମହିଳା। ଠିକ୍‌ ସେତିକି ବେଳେ ସଭା ସ୍ଥଳକୁ ଏଣ୍ଟ୍ରି ମାରିଲେ କଂଗ୍ରେସ ଅଧ୍ୟକ୍ଷ ତଥା ଯୁବରାଜ ରାହୁଲ ଗାନ୍ଧି। ସଭା ସ୍ଥଳରେ ପହଞ୍ଚି କର୍ମୀ ଓ ନେତାଙ୍କଠାରୁ ସେ ଅଭିବାଦନ ଗ୍ରହଣ କଲେ। ପରେ ସେ ମଞ୍ଚ ସମ୍ମୁଖରେ ଆଦିବାସୀ ନୃତ୍ୟ ପରିବେଷଣ କରୁଥିବା ଆସିବାସୀ ଯୁବକ ଓ ଯୁବତୀଙ୍କ ପାଖକୁ ଯାଇଥିଲେ। ମାଦଳର ତାଳେ ତାଳେ ସେ ନାଚିଥିଲେ। ଏପରିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ରାହୁଲଙ୍କ ସହିତ ହାତକୁ ହାତ ଧରି ନାଚିଥିବା ଦେଖିବାକୁ ମିଳିଥିଲା।

ଓଡ଼ିଶାରେ ଆୟୋଜିତ ହୋଇଥିବା ପରିବର୍ତ୍ତନ ସମାବେଶରେ ଯୋଗଦେବା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ସେ ପ୍ରଥମେ ଭବାନୀପାଟଣାରେ ଆୟୋଜିତ ସମାବେଶରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ।



from Odisha Reporter http://bit.ly/2ScygvT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages