
ୱେଲିଙ୍ଗଟନ୍: ଟିମ୍ ଇଣ୍ଡିଆକୁ ଘରୋଇ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟି-୨୦ମ୍ୟାଚ୍ରେ ଅତ୍ୟନ୍ତ ଶୋଚନୀୟ ଭାବେ ୮୦ ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହ କିୱି ଟିମ୍ ୩ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ମଧ୍ୟ ହୋଇଯାଇଛି। ତେବେ ଆଜି ମ୍ୟାଚ୍ ବେଳେ ଟିମ୍ ଇଣ୍ଡିଆର ଦୀନେଶ କାର୍ତ୍ତିକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ।
ସେ ଦୁଇଟି ଅତ୍ୟନ୍ତ ସହଜ କ୍ୟାଚ୍ ହାତ ଛଡ଼ା କରିଥିଲେ ହେଁ ଏକ କଷ୍ଟକର କ୍ୟାଚ୍କୁ ବେଶ ନାଟକୀୟ ଢଙ୍ଗରେ ଝାମ୍ପି ନେଇଥିଲେ। ଏବେ ଏହି କ୍ୟାଚ୍ର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମ୍ୟାଚ୍ର ୧୧ ତମ ଓଭର୍ର ଶେଷ ବଲ୍ରେ କୃନାଲ ପାଣ୍ଡ୍ୟାଙ୍କ ବଲ୍ରେ ବିସ୍ଫୋରକ ଟିମ୍ ସେଇଫର୍ଟ ଲମ୍ବା ଶଟ୍ ମାରିଥିଲେ। ତେବେ ଏହା ବେଶ ଉଚ୍ଚକୁ ଉଠି ଯାଇଥିଲା। ଦୀନେଶ କାର୍ତ୍ତିକ ବଲ୍ଟିକୁ କ୍ୟାଚ୍ କରିବାକୁ ଆସିଥିଲେ। ଏପରି କି ସେ ବଲ୍ ତଳେ ମଧ୍ୟ ପହଞ୍ଚି ଯାଇଥିଲା। ଅତ୍ୟନ୍ତ ସହଜ ମନେ ହେଉଥିବା କ୍ୟାଚ୍ଟିକୁ କିନ୍ତୁ କାର୍ତ୍ତିକ ହାତ ଛଡ଼ା କରିଦେଇଥିଲେ। ଏହାକୁ ଦେଖି ପୂରା ଷ୍ଟାଡିମୟ ଚକିତ ହୋଇଯାଇଥିଲା।
ତେବେ ମ୍ୟାଚ୍ର ୧୫ତମ ଓଭର୍ରେ କାର୍ତ୍ତିକ ସମସ୍ତଙ୍କୁ ଜଳକା କରିବା ଭଳି ଏକ କ୍ୟାଚ୍ ଧରିଥିଲେ। ନ୍ୟୁଜିଲ୍ୟାଣ୍ଡର ଡେବ୍ୟୁଟାଣ୍ଟ ଡାରଲି ମିଚେଲ୍ଙ୍କ ଏକ ନିଶ୍ଚିତ ଚକାକୁ କାର୍ତ୍ତିକ କ୍ୟାଚ୍ରେ ପରିଣତ କରି ସମସ୍ତଙ୍କ ହୃଦୟ ଜିତି ନେଇଥିଲେ।
ହାର୍ଦ୍ଦିକ ପାଣ୍ଡ୍ୟା ୧୫ତମ ଓଭର୍ରେ ମିଚେଲ୍ଙ୍କୁ ବୋଲିଂ କରିଥିଲେ। ସେ ଲଙ୍ଗଅନ୍ ଅଞ୍ଚଳରେ ବଲ୍ଟିକୁ ମାରିଥିଲେ। ବଲ୍ଟି ମଧ୍ୟ ଛକା ହେଲା ଭଳି ମନେ ହେଉଥିଲା। କିନ୍ତୁ କାର୍ତ୍ତିକ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିଥିଲେ। ପ୍ରଥମେ ସେ ବାଉଣ୍ଡରୀ ମଧ୍ୟରେ ରହି ବଲ୍ଟିକୁ ଛକା ହେବାରୁ ଅଟକାଥିଲେ। ଏହାପରେ ଡିଆଁ ମାରି ବେଶ ଚତୁରତାର ସହ କ୍ୟାଚ୍ଟିକୁ ଧରି ପକାଇଥିଲେ।
ଶେଷ ଆଡ଼କୁ ମଧ୍ୟ କାର୍ତ୍ତିକ ଆଉ ଏକ ସିଧା କ୍ୟାଚ୍କୁ ହାତ ଛଡ଼ା କରିଥିଲେ।
ଦେଖନ୍ତୁ ଭିଡିଓ
What A Catch!.
DK (Dinesh Karthik) @DineshKarthik
#NZvIND pic.twitter.com/WwfKHPVptr
— Shankar (@shanmsd) 6 February 2019
from Odisha Reporter http://bit.ly/2t9ogEN
DK (Dinesh Karthik) 
No comments:
Post a Comment