‘ତେରି ୟାଦ୍’… ଗୋଟାଏ ଦିନରେ ହେଲାଣି ୧୩ ଲକ୍ଷ ଭ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

‘ତେରି ୟାଦ୍’… ଗୋଟାଏ ଦିନରେ ହେଲାଣି ୧୩ ଲକ୍ଷ ଭ୍ୟୁ

ମୁମ୍ବାଇ: ରିଲିଜ୍ ହୋଇଛି ସଫ୍ଟ ରୋମାଣ୍ଟିକ ଟ୍ରାକ୍‌ର ଏକ ନୂଆ ମ୍ୟୁଜିକ୍ ଭିଡିଓ ‘ତେରି ୟାଦେ’।  ଏହି ମ୍ୟୁଜିକ୍ ଭିଡିଓରେ ରୋହିତ ରେଡ୍ଡି ଏବଂ ଅନୀତା ହସନନ୍ଦନୀ ନଜର ଆସିଛନ୍ତି। ଅନୀତା ଓ ରୋହିତ ହେଉଛନ୍ତି ରିୟଲ ଲାଇଫ୍‌ କପଲ୍‌ ।  ଗୀତକୁ ପ୍ରସିଦ୍ଧ ଗାୟକ ରାହତ ଫତେ ଅଲ୍ଲୀ ଖାନ୍ ଗାଇଥିବା ବେଳେ ଏହାର ନିର୍ଦ୍ଦେଶନା ମିଳିତ ଭାବେ ରାଜ କୁନ୍ଦ୍ରା ଏବଂ ରୋବିନ୍ ଭେଲ୍ ଦେଇଛନ୍ତି। ଗତକାଲି ରିଲିଜ୍ ହୋଇଥିବା ଏହି ମ୍ୟୁଜିକ ଭିଡିଓକୁ ୟୁଟୁବ୍‌ରେ ମାତ୍ର ଗୋଟିଏ ଦିନରେ ୧୩ ଲକ୍ଷ ୩୯ ହଜାର ୨୧୭ରୁ ଅଧିକ ଦର୍ଶକ ଦେଖିସାରିଲେଣି।

ଅନୀତା ଜଣେ ଫିଲ୍ମ ଓ ଟେଲି ଅଭିନେତ୍ରୀ ହୋଇଥିବାବେଳେ ତାଙ୍କ ସ୍ୱାମୀ ରୋହିତ ହେଉଛନ୍ତି ଜଣେ ବିଜନେସ୍‌ମ୍ୟାନ୍‌।  ଅନୀତା ପ୍ରଥମେ  EverYuth, Sunsilk, Boroplus ପରି ଅନେକ ବ୍ରାଣ୍ଡର ମଡେଲିଂ କରିବା ପରେ  ସେ  ‘କଭି ସୌତନ୍‌ କଭି ସହେଲି’ ସିରିୟଲରୁ ଟେଲିଭିଜନ୍‌ରେ ଡେବ୍ୟୁ କରିଥିଲେ। ଅନୀତା ଅନେକ ଭାଷାରେ ଫିଲ୍ମ କରିଛନ୍ତି। ସେ ହିନ୍ଦୀ, ତେଲୁଗୁ, ତମିଲ, କନ୍ନଡ଼ ଓ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି।

ବଲିଉଡ୍‌ରେ ସେ ଫିଲ୍ମ ‘କୁଛ୍ ତୋ ହୈ’ ଜରିଆରେ ଡେବ୍ୟୁ କରିଥିଲେ। ଏହା ପରେ ସେ ‘କ୍ରିଷ୍ଣା କଟେଜ୍’, ‘କୋଇ ଆପ୍‌ ସା’, ‘ୟେ ଦୀଲ୍ଲ୍’, ‘ରାଗିନି ଏମ୍‌ଏମ୍‌ଏସ୍‌’, ‘ହିରୋ’ ପରି ଅନେକ ଫିଲ୍ମରେ କାମ କରିଛନ୍ତି। ବର୍ତ୍ତମାନ୍‌ ସେ ଘରେ ଘରେ ଲୋକପ୍ରିୟ ହୋଇଥିବା ସିରିୟଲ ‘ୟେ ହୈ ମହାବତେଁ’ ଓ ‘ନାଗୀନ୍’ରେ ଅଭିନୟ କରୁଛନ୍ତି।



from Odisha Reporter http://bit.ly/2thAagc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages