
ଜୟପୁର: ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୫% ସଂରକ୍ଷଣ ଦାବିରେ ରାଜସ୍ଥାନର ଗୁଜ୍ଜର ସଂପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଆଜି ଆନ୍ଦୋଳନକାରୀମାନେ ଜାତୀୟ ରାଜପଥ ସହ ରେଳ ରୋକ ମଧ୍ୟ କରିଛନ୍ତି। ଏହି କାରଣରୁ ସାଧାରଣ ଜୀବନ ବ୍ୟାପକ ସ୍ତରରେ ପ୍ରଭାବିତ ହୋଇଛି।
ରବିବାର ଏହି ସଂରକ୍ଷଣ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ବିକ୍ଷୋଭକାରୀମାନେ ଧୋଲପୁରରେ ଦୁଇଟି ପୁଲିସ୍ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ପୁଲିସ ପକ୍ଷରୁ ଫାଙ୍କା ଗୁଳିଚାଳନା ମଧ୍ୟ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଧୋଲପୁର ଓ କାରାଉଲି ଜିଲ୍ଲାରେ ୧୪୪ ଧାରା ଲାଗୁ ହୋଇଥିଲା।
ସୋମବାର ଆନ୍ଦୋଳନକାରୀମାନେ ଏନ୍ଏଚ୍ -୧୧ ବନ୍ଦ କରିବା ସହ ବିଭିନ୍ନ ସ୍ଥାନରେ ରେଳ ରୋକ କରିଥିଲେ। ଏହି କାରଣରୁ ୨୫୦ରୁ ଅଧିକ ଟ୍ରେନ୍ର ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଜାତୀୟ ରାଜପଥ ଅବରୋଧ କାରଣରୁ ବିଭିନ୍ନ ଗାଡ଼ି ମଟରର ଦିଗ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ, ଯେତେଦିନ ଯାଏ ସରକାର ସଂରକ୍ଷଣ ଦାବି ପୂରଣ କରି ନାହାନ୍ତି, ସେତେଦିନ ଯାଏ ଆନ୍ଦୋଳନ ଚାଲିବ ବୋଲି ଗୁଜ୍ଜର ସଂପ୍ରଦାୟ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2TIvMlZ
No comments:
Post a Comment