ଦିଲ୍ଲୀରେ ଦିନିକିଆ ଅନଶନରେ ଚନ୍ଦ୍ରବାବୁ ନାଇଡୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଦିଲ୍ଲୀରେ ଦିନିକିଆ ଅନଶନରେ ଚନ୍ଦ୍ରବାବୁ ନାଇଡୁ

Chandrababu-Naidu

ନୂଆଦିଲ୍ଲୀ: ଟିଡିପି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଦିନିକିଆ ଅନଶନରେ ବସିଛନ୍ତି। ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେବା ଓ ୨୦୧୪ରେ ରାଜ୍ୟ ବିଭାଜନ ବେଳେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ଦାବିରେ ଆଜି ଦିଲ୍ଲୀରେ ଚନ୍ଦ୍ରବାବୁ ଅନଶନରେ ବସିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ନ୍ୟାସନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଡା. ଫାରୁକ୍‌ ଅବଦୁଲ୍ଲା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସହିତ ବିରୋଧୀ ଦଳର ଅନ୍ୟ ନେତାମାନେ ଚନ୍ଦ୍ରବାବୁଙ୍କ ସମର୍ଥନରେ ଅନଶନ ସ୍ଥଳକୁ ଯିବେ ବୋଲି ଆଶା କରାଯାଉଛି।

ଦିଲ୍ଲୀରେ ଥିବା ଆନ୍ଧ୍ର ପ୍ରଦେଶ ଭବନରେ ଚନ୍ଦ୍ରବାବୁ ଅନଶନରେ ବସିଛନ୍ତି। ଅନଶନ ଆରମ୍ଭ କରିବା ପୂର୍ବରୁ ଚନ୍ଦ୍ରବାବୁ ରାଜ୍‌ଘାଟ ଯାଇ ମହାତ୍ମାଗାନ୍ଧି ଏବଂ ଆନ୍ଧ୍ର ପ୍ରଦେଶ ଭବନରେ ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଆସନ୍ତାକାଲି ଟିଡିପିର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏକ ସ୍ମାରକପତ୍ର ଦେବେ ବୋଲି ଜଣାପଡ଼ିଛି। ସାଧାରଣ ନିର୍ବାଚନ ପୂର୍ବରୁ ଚନ୍ଦ୍ରବାବୁ ବିଜେପି ବିରୋଧରେ ଅନ୍ୟ ବିପକ୍ଷ ଦଳଙ୍କୁ ଏକାଠି କରିବାରେ ଲାଗିଛନ୍ତି। ବିଜେପି ବିରୋଧୀ ମେଣ୍ଟକୁ ନେଇ ଗତ ୩ ମାସ ମଧ୍ୟରେ ସେ ଏକାଧିକ ବୈଠକ କରିସାରିଛନ୍ତି।

ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଟିଡିପି ୨୦୧୮ରେ ଏନ୍‌ଡିଏରୁ ସମର୍ଥନ ପ୍ରତ୍ୟାହାର କରିଥିଲା। ଦଳ, ମୋଦି ସରକାରଙ୍କ ବିରୋଧରେ ପୋଲାଭରମ୍‌ ପରିଯୋଜନା, କଡ଼ପ୍ପା ଷ୍ଟିଲ୍‌ପ୍ଲାଣ୍ଟ ଓ ନିର୍ମାଣାଧୀନ ଅଲଟ୍ରା-ଆଧୁନିକ ରାଜଧାନୀ ଅମରାବତୀ ପାଇଁ ଆର୍ଥିକ ସହାୟତା ଦିଆଯାଉନଥିବା ଅଭିଯୋଗ ଆଣିଥିଲା।



from Odisha Reporter http://bit.ly/2TIovm9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages