ଲୁଲୁ ମହାପାତ୍ରଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଲୁଲୁ ମହାପାତ୍ରଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଯୁବନେତା, ପୂର୍ବତନ ବିଧାୟକ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର( ଲୁଲୁ)ଙ୍କ ୫୫ତମ ଜନ୍ମ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଲୁଲୁ ମହାପାତ୍ର ରାଜ୍ୟ ସ୍ତରୀୟ ସ୍ମୃତିକମିଟି ପକ୍ଷରୁ ପୁରୁଣା ଭୁବନେଶ୍ୱରସ୍ଥ କୋରାପୁଟ ଭବନ ଠାରେ ଏକ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ୍ମୃତି କମିଟିର ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶୁଭେନ୍ଦୁ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଭୁବନେଶ୍ୱର ସହର ଓ ନିକଟବର୍ତ୍ତୀ ଅଞ୍ଚଳର ବିଦ୍ୟାଳୟମାନଙ୍କର ପ୍ରାୟ ୪ ଶହ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ଚିତ୍ରାଙ୍କନ, ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ଆଧୁନିକ ନୃତ୍ୟ ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆଗାମୀ ୧୪ ତାରିଖ ଦିନ ସ୍ୱର୍ଗତ ମହାପାତ୍ରଙ୍କ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ ବୋଲି ସ୍ମୃତି କମିଟିର ସାଧାରଣ ସଂପାଦକ ଶ୍ରୀ ଦୀପକ କୁମାର ସାହୁ ଏକ ବିବୃତିରେ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଅଂଚଳ ବଟୁ, ମାନସ ଆଚାର୍ଯ୍ୟ, ଆଲୋକ ମହାନ୍ତି, ସରୋଜ ପରିଡ଼ା, ଦେବଦତ୍ତ ଜେନା, ନବଘନ ମହାନ୍ତି, ରିଜୁଆନ୍ ଅଲ୍ଲୀ ଖାଁ, ସନ୍ତୋଷ କୁମାର ବାରିକ, ଦୀପକ ବାରିକ ଓ ରମେଶ ଚନ୍ଦ୍ର ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।



from Odisha Reporter http://bit.ly/2tgwE5I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages