ସେ ବିକୁଚି ଲାଲ୍ ଗୋଲାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ସେ ବିକୁଚି ଲାଲ୍ ଗୋଲାପ

ଭୁବନେଶ୍ୱର ( ଜଗମୋହନ ମହାରଣା ): ସେ ବିକୁଚି ଲାଲ୍ ଗୋଲାପ। ଆପଣ ତାକୁ ସେଇଠି ପାଇବେ, ଠିକ୍ ଯେଉଁଠି ଆପଣଙ୍କର ଗୋଲାପଟିଏ ଦରକାର ହବ। ଆଇଜି ପାର୍କ ସାମ୍ନାରେ। ବିଗ୍ ବଜାର ଛକରେ। ମାଷ୍ଟର କ୍ୟାଣ୍ଟିନରେ। ଓଏମପି ଛକରେ, ଯାଜପୁରର ବଉଳମୂଳରେ, ମର୍କତନଗର ଢଳେଇ ରାସ୍ତାରେ, ଜିଏମ୍ କଲେଜ୍ ପଡିଆରେ ଆଉ ସିଡିଏ ସେକ୍ଟର ସେଭେନ୍ ରେ। ଟ୍ରଷ୍ଟଫଣ୍ଡ ହଷ୍ଟେଲ୍ ସାମ୍ନାରେ ବି। ବଟାନିକାଲ ଗାର୍ଡେନ୍ ଆଉ ଡିୟର ପାର୍କ କଥା ଲେଖୁନି। କାରଣ ସେ ଯେ ସେଠି ନିଶ୍ଚୟ ଥିବ ଆପଣ ତାହା ଜାଣନ୍ତି।

ଆପଣ ତା ପାଖକୁ ଯିବା ଦରକାର ନାହିଁ। ତାକୁ ଫୁଲ ମାଗିବାବି ଦରକାର ନାହିଁ। ମୂଲଚାଲ କରିବାବି ଦରକାର ନାହିଁ। କାରଣ, ସେ ପଇସା ବି ମାଗିବନି।
ସେ ଆସିବ। ଆଉ ସଜ ତଟକା ରକ୍ତ ଗୋଲାପଟିଏ ବଢ଼େଇଦେବ ହାତକୁ।

ତା କାମ ଶେଷ। ଏଥର ଆପଣଙ୍କ ପାଳି। କେତେ ଟଙ୍କା ଦେବେ ତାକୁ ? କେତେ ଦେଲେ ଠିକ୍ ହବ ? ବୟସ ତା’ର ମାତ୍ର ୧୦ କି ୧୨ ବର୍ଷ। ସେ ପଢ଼ିଦେବ ଆପଣଙ୍କ ମନ। ସେ ଜାଣିଚି ଆପଣ ପ୍ରେମରେ ଦିୱାନା। ପ୍ରେମିକାକୁ ରୋଜ୍ ଡେ’ ରେ ଦେବେ ରେଡ୍ ରୋଜ୍ ଆଉ ପ୍ରପୋଜ୍ ଡେ’ରେ କହିବେ, I love you!

ପଟିଆ ଛକରେ ଛିଡ଼ା ହୋଇ ତାକୁ ଆଜି ଲକ୍ଷ୍ୟ କରୁଥିଲି। ଦିନ ୧୨ଟା ପାଖାପାଖି ହବ। କେତେଜଣ ପୁଅ ଝିଅ ପାଖ ଇଂଜିନିୟରିଂ କଲେଜ୍ ଭିତରୁ ବାହାରୁଥିଲେ। ସେ ସମସ୍ତଙ୍କୁ ଗୋଟେ ଗୋଟେ ରକ୍ତଗୋଲାପ ବଢ଼େଇଦେଲା। ଏମାନେ କେହି ମାଗି ନ ଥିଲେ ତାକୁ। ଦେଲାପରେ ମନା ବି କଲେନି। ଆଉ ଗୋଟେ ପୁଅ ସମସ୍ତଙ୍କ ତରଫରୁ ୧୦୦ ଟଙ୍କିଆଟେ ବଢ଼େଇଦେଲା।

ଜାଣନ୍ତି ସେ ପିଲାଟି କଣ କହିଲା ?
ରଖ୍ ଲୋ ଅପ୍ ନେ ପାସ୍। ମେରା ଦିଲ୍ ଇତନା ଛୋଟା ନେହିଁ….



from Odisha Reporter http://bit.ly/2TBqnwY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages