ପ୍ରତ୍ୟେକ ପରିବାରର ଜଣକୁ ଚାକିରି ପାଇଁ କଂଗ୍ରେସର ପ୍ରତିଶ୍ରୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ପ୍ରତ୍ୟେକ ପରିବାରର ଜଣକୁ ଚାକିରି ପାଇଁ କଂଗ୍ରେସର ପ୍ରତିଶ୍ରୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ ଏବେ ଗୋଟିଏ ପରେ ଗୋଟିଏ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ଲାଗିଛି। ଚଳିତମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ସଜବାଜ ହେଉଥିବା କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ପ୍ରତ୍ୟେକ ପରିବାରର ଜଣକୁ ସରକାରୀ କିମ୍ବା ଘରୋଇ କମ୍ପାନୀରେ ନିଯୁକ୍ତିର ପ୍ରତିଶ୍ରୁତି ଦେଇଛି।

ଆଜି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳର ରଣକୌଶଳ ପ୍ରସ୍ତୁତ କରାଯାଇଛି। ଏଥିରେ ସବୁ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ସଭାପତି ଓ ବିରୋଧୀ ଦଳ ନେତାମାନେ ସାମିଲ ହୋଇଥିଲେ। ଏହି ବୈଠକରେ ଯୋଗ ଦେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ଫେବୃୟାରୀ ମାସ ଶେଷ ସୁଦ୍ଧା ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ଏନେଇ ପ୍ରକ୍ରିୟା ଜାରି ରହିଛି। ରାହୁଲ ଗାନ୍ଧି ମଧ୍ୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅବଶ୍ୟ ପ୍ରାର୍ଥୀ ତାଲିକା ଘୋଷଣାର ତାରିଖକୁ ନିରଞ୍ଜନ ଗତ ୨୦୧୮ ଅଗଷ୍ଟ ମାସରୁ ଗଡ଼ାଇ ଚାଲିଛନ୍ତି।

ଅନ୍ୟପକ୍ଷରେ ନିରଞ୍ଜନ ଆଜି ନିଜର ଟ୍ୱିଟର ପେଜରେ ଓଡ଼ିଶାର ଭୋଟରମାନଙ୍କୁ ପ୍ରତିଶ୍ରୁତିର ଲମ୍ବା ତାଲିକା ଦେଇଛନ୍ତି। ନିରଞ୍ଜନ ନିଜ ଦଳର ଗ୍ୟାରେଣ୍ଟି କାର୍ଡରେ ଉଲ୍ଲେଖ କରିଛନ୍ତି ଯେ, ‘କଂଗ୍ରେସର ଗ୍ୟାରେଣ୍ଟି-ହସିବ ଓଡ଼ିଶା ମାଟି’। ତାଙ୍କ ଦଳ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ପରିବାରର ଜଣକୁ ନିଯୁକ୍ତି ଦେବ। ପ୍ରତ୍ୟେକ ପରିବାରକୁ ଜଣକୁ ସରକାରୀ କିମ୍ବା ବେସରକାରୀ ଚାକିରି ଯୋଗାଇ ଦିଆଯିବ। ସେହିପରି ସବୁ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ସଂଯୋଗ, ଝିଅମାନଙ୍କୁ ମାଗଣା ଉଚ୍ଚଶିକ୍ଷା ଓ ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ମହିଳାମାନଙ୍କ ଉପରେ ବଢ଼ୁଥିବା ହିଂସାକୁ ରୋକିବା ପାଇଁ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ମହିଳା ଅଧିକାରୀ ନିଯୁକ୍ତି ଦେବ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ କୃଷି ଋଣ ଛାଡ଼ କରିବା ସହ ଚାଷୀଙ୍କ ଉପାର୍ଜନ ବୃଦ୍ଧି ଓ ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୬୦୦ଟଙ୍କା କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାରରେ ଏସବୁ ସାମିଲ କରିବା ସହ ‘ମୋ ଶିକ୍ଷା,ମୋ ସମ୍ମାନ ଓ ମୋ ସୁରକ୍ଷା’ ସ୍ଲୋଗାନ ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ। ଏହା ସହିତ ଲୋକଙ୍କ ମଧ୍ୟରେ ନିଜର ଗ୍ୟାରେଣ୍ଟି କାର୍ଡକୁ ବାଣ୍ଟିବ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2DmINdT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages