ବିଶ୍ୱକପ୍‌ ପାଇଁ ଆଇପିଏଲ ଫ୍ରାଞ୍ଚାଇଜିଙ୍କ ଉପରେ ରହିବ ଚାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ବିଶ୍ୱକପ୍‌ ପାଇଁ ଆଇପିଏଲ ଫ୍ରାଞ୍ଚାଇଜିଙ୍କ ଉପରେ ରହିବ ଚାପ

ମୁମ୍ବାଇ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ରଣନୀତି କ’ଣ ରହିବ, ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଅଧିକ ମ୍ୟାଚ୍‌ ଖେଳାଯାଉଥିବାରୁ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ଗତକାଲି ତାହା ଉପରେ ବିସିସିଆଇ ପୂର୍ଣ୍ଣଚ୍ଛେଦ ଟାଣିଛି। କାରଣ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ସବୁ ବରିଷ୍ଠ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି।

ତେବେ ବିଶ୍ୱକପ୍‌ ପାଇଁ ଟିମରେ ଥିବା ଖେଳାଳିଙ୍କ ଆଇପିଏଲରେ ଯୋଗଦାନ ସମ୍ପର୍କରେ ମୁଖ୍ୟ ଚୟନକର୍ତ୍ତା ଏମଏସ୍‌କେ ପ୍ରସାଦ କିଛି ଟିପ୍ପଣୀ କରିଛନ୍ତି। ବିଶ୍ୱକପ୍‌ ପାଇଁ ବିସିସିଆଇ ୧୮ ଜଣ ଖେଳାଳିଙ୍କୁ ରଖିଛି, ସେମାନଙ୍କୁ ମଧ୍ୟରୁ ପର୍ଯ୍ୟାୟକ୍ରମେ ୧୫ ଜଣଙ୍କୁ ମେ’ ୩୦ରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ଟିମ୍‌ରେ ରଖାଯିବ। ଏଥିପାଇଁ ଆଇପିଏଲ୍‌ରେ ଏହି ୧୮ ଜଣ ଖେଳାଳିଙ୍କ ୱାର୍କଲୋଡ ବା ମ୍ୟାଚ ବୋଝ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ବିସିସିଆଇ ପକ୍ଷରୁ ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କୁ କୁହାଯାଇଥିବା ଶ୍ରୀ ପ୍ରସାଦ କହିଛନ୍ତି।

ଶ୍ରୀ ପ୍ରସାଦ କହିଛନ୍ତି, “ଆମେ ୧୮ ଜଣ ଖେଳାଳିଙ୍କୁ ତାଲିକାଭୁକ୍ତ କରିଛୁ। ଏମାନଙ୍କ ପ୍ରଦର୍ଶନ ଦେଖି ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ପଠାଯିବ। ତେବେ ଅଧିକ ମ୍ୟାଚ୍‌ ବା ୱାର୍କଲୋଡ କଥା ଯେଉଁ କୁହାଯାଉଛି, ଏବେ ଆମେ ତା’ ଉପରେ ବିଚାର କରୁଛୁ।”

ଶ୍ରୀ ପ୍ରସାଦଙ୍କ କହିବା ଅନୁଯାୟୀ, ଆଇପିଏଲ୍‌ରେ ଫ୍ରାଞ୍ଚାଇଜିମାନଙ୍କୁ ସେମାନଙ୍କର ଟପ୍‌ ଖେଳାଳିଙ୍କୁ ପର୍ଯ୍ୟାୟକ୍ରମେ ବିଶ୍ରାମ ଦିଆଯିବାକୁ କୁହାଯିବ। ହେଲେ କ’ଣ ଫ୍ରାଞ୍ଚାଇଜିମାନେ ଆଇପିଏଲ୍‌ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟରେ କ’ଣ ଟପ୍‌ ଖେଳାଳିଙ୍କୁ ବେଞ୍ଚରେ ବସାଇବେ?

ଏ ସମ୍ପର୍କରେ ବିସିସିଆଇର ଅନ୍ତରୀଣ ସଚିବ ଅମିତାଭ ଚୌଧୁରୀ କହିଛନ୍ତି, “ଯଦି ଫ୍ରାଞ୍ଚାଇଜିମାନେ ଏଭଳି ବ୍ୟବସ୍ଥାକୁ ନେଇ ଅମଙ୍ଗ ହୁଅନ୍ତି, ତା’ହେଲେ ସେମାନଙ୍କୁ ବିଶ୍ୱକପ୍‌ ବର୍ଷ ହୋଇଥିବାରୁ ବୁଝାମଣା କରିବାକୁ କୁହାଯିବ। ଦେଶର ସ୍ୱାର୍ଥକୁ ପ୍ରଥମେ ସମସ୍ତେ ଗୁରୁତ୍ୱ ଦେବା ଦରକାର। ଆଇପିଏଲ୍‌ରେ ସବୁ ଫ୍ରାଞ୍ଚାଇଜି ଭାରତୀୟ। ତେଣୁ ସେମାନେ ଏହାକୁ ବୁଝିବେ ବୋଲି ମୋର ଆଶା।”



from Odisha Reporter http://bit.ly/2SQYMe3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages