ପୁଲୱାମା ଆକ୍ରମଣ: ‘ଭାରତୀୟ ଖେଳ ସମ୍ମାନ’ କାର୍ଯ୍ୟକ୍ରମ ସ୍ଥଗିତ ରଖିଲେ ବିରାଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ପୁଲୱାମା ଆକ୍ରମଣ: ‘ଭାରତୀୟ ଖେଳ ସମ୍ମାନ’ କାର୍ଯ୍ୟକ୍ରମ ସ୍ଥଗିତ ରଖିଲେ ବିରାଟ୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ସ୍ଥିତ ଆତ୍ମଘାତୀ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣାକୁ ସବୁ କ୍ଷେତ୍ର ଓ ସବୁ ବର୍ଗର ଲୋକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଘଟଣାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସେମାନଙ୍କ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛନ୍ତି। ଏହି କ୍ରମରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ପୂର୍ବରୁ ଟ୍ୱିଟରରେ ପୁଲୱାମା ଆକ୍ରମଣ ଘଟଣାକୁ ନିନ୍ଦା କରିଥିବା ବିରାଟ୍‌ ଏବେ ଆରପି-ଏସ୍‌ଜି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଖେଳ ସମ୍ମାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ସେ ଟ୍ୱିଟ୍‌ କରି ଏ ସମ୍ପର୍କରେ ସୂଚନା ଦେବା ସହ ବିରାଟ୍‌ କହିଛନ୍ତି, “ଆରପି-ଏସ୍‌ଜି ଇଣ୍ଡିଆନ୍‌ ସ୍ପୋର୍ଟ ହନରସ ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା। ଏଭଳି ଏକ ଘଡ଼ିଷନ୍ଧି ମୁହୂର୍ତ୍ତରେ ଆମେ ଏକାଠି ରହିଛୁ। ତେଣୁ ଆଜି ହେବାକୁ ଥିବା କ୍ରୀଡ଼ା ସମ୍ମାନ ସ୍ଥଗିତ ରଖାଯାଉଛି।”

ଗୁରୁବାର ପୁଲୱାମାରେ ପାକିସ୍ତାନରେ ସକ୍ରିୟ ଜୈଶ ଆତଙ୍କୀ ସଂଗଠନର ସଦସ୍ୟମାନେ ସିରିଆରପିଏଫ୍‌ କନଭୟ ଉପରେ ଆକ୍ରମଣ କରିଥିଲେ। ଏଥିରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ଏବେ ସାରା ଦେଶରେ ଏହାର ପ୍ରତିଶୋଧ ନେବାକୁ ଦାବି ଉଠିବା ଆରମ୍ଭ ହୋଇଛି।



from Odisha Reporter http://bit.ly/2GM6Y8X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages