ଚୀନ୍‌ କମ୍ପାନୀ ସହ ୫୦ କୋଟିର ଡିଲ୍‌ କଲେ ସିନ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ଚୀନ୍‌ କମ୍ପାନୀ ସହ ୫୦ କୋଟିର ଡିଲ୍‌ କଲେ ସିନ୍ଧୁ

ନୂଆଦିଲ୍ଲୀ: ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ବିଜେତା ତଥା ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ଆଗାମୀ ୪ ବର୍ଷ ପାଇଁ ଚୀନର ଖେଳ କମ୍ପାନୀ ଲି ନିଙ୍ଗ ସହ ୫୦ କୋଟିର ଚୁକ୍ତି କରିଛନ୍ତି। ସେ ଏହି ୪ ବର୍ଷ ଯାଏ ଉକ୍ତ କମ୍ପାନୀର ପ୍ରଚାର କରିବେ। ଏଥିପାଇଁ ଆଜି ଉକ୍ତ କମ୍ପାନୀ ଚୁକ୍ତି ଚୂଡ଼ାନ୍ତ କରିଛି।

ଗତ ମାସରେ ଲି ନିଙ୍ଗ କମ୍ପାନୀ ଅନ୍ୟତମ ଭାରତୀୟ ପୁରୁଷ ଶଟଲର କିଦାମ୍ବୀ ଶ୍ରୀକାନ୍ତଙ୍କ ସହ ୪ ବର୍ଷ ପାଇଁ ୩୫ କୋଟି ଟଙ୍କାର ଡିଲ କରିଥିଲା। ଏବେ ସିନ୍ଧୁଙ୍କ ପାଇଁ ରେକର୍ଡ ବ୍ରେକିଂ ୫୦ କୋଟିର ଡିଲ୍‌ କରିଛି।

ଲି ନିଙ୍ଗର ଭାରତୀୟ ପାର୍ଟନର ତଥା ସନ୍‌ଲାଇଟ୍‌ ସ୍ପୋର୍ଟ ପ୍ରାଇଭେଟ୍‌ ଲିଃର ନିର୍ଦ୍ଦେଶକ ମହେନ୍ଦ୍ର କପୁର କହିଛନ୍ତି, “ ବ୍ୟାଡମିଣ୍ଟନ୍‌ରେ ଏଭଳି ରେକର୍ଡ ବ୍ରେକିଂ ଡିଲ୍‌ ପ୍ରଥମ ଘଟଣା। ସିନ୍ଧୁଙ୍କୁ ପ୍ରୟୋଜକ କମ୍ପାନୀ ପକ୍ଷରୁ ୪୦ କୋଟି ମିଳିବ। ବାକି ୧୦ କୋଟି ଇକ୍ୟୁପମେଣ୍ଟ ବା ଖେଳିବା ପାଇଁ ବ୍ୟବହୃତ ହେଉଥିବା କିଟ୍‌ ପାଇଁ ଖର୍ଚ୍ଚ କରାଯିବ।”

୨୦୧୭ରେ ପ୍ୟୁମା କମ୍ପାନୀ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ପ୍ରାୟୋଜକ ରହିବା ପାଇଁ ୧୦୦ କୋଟିର ଡିଲ କରିଥିଲା। ଏହି ଡିଲ୍‌ ୮ ବର୍ଷ ପାଇଁ ହୋଇଛି। ଅର୍ଥାତ ବର୍ଷକୁ କମ୍ପାନୀ କୋହଲିଙ୍କୁ ୧୨.୫ କୋଟି ଟଙ୍କାର ଫି’ ଦେବ।



from Odisha Reporter http://bit.ly/2Sn519R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages