ଶୁଣିଲାନି ଓଡ଼ିଶା ପୁଲିସ୍‌, ୯ ମାସର ଗର୍ଭବତୀ ନାବାଳିକା ରାଜସ୍ଥାନରୁ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ଶୁଣିଲାନି ଓଡ଼ିଶା ପୁଲିସ୍‌, ୯ ମାସର ଗର୍ଭବତୀ ନାବାଳିକା ରାଜସ୍ଥାନରୁ ଉଦ୍ଧାର

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲା ପରି ମନେ ହେଉଛି। ଯେଉଁଥିପାଇଁ ପ୍ରତିଦିନ କେଉଁଠି ନାବାଳିକା ଦୁଷ୍କର୍ମର ଶିକାର ହେଉଛି ତ ଆଉ କେଉଁଠି ବାହାର ରାଜ୍ୟକୁ ଚାଲାଣ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଉରକେଲାରେ। ବିକ୍ରି ହୋଇଥିବା ନାବାଳିକା ଝିଅକୁ ପାଇବା ପାଇଁ ବାପା ଏସ୍‌ପିଙ୍କଠାରୁ ଆରମ୍ଭ କରି ଡିଆଇଜିଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ନିରାଶ ହେଲେ। ଶେଷରେ ୯ ମାସ ଗର୍ଭବତୀ ଥିବା ଅବସ୍ଥାରେ ରାଜସ୍ଥାନରୁ ନାବାଳିକାଙ୍କୁ ଉଦ୍ଧାର କରିଛି ଦିଲ୍ଲୀ ମହିଳା ଆୟୋଗଙ୍କ ଏକ ଟିମ୍‌। ଯାହା ଆଜି ରାଜ୍ୟ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ପୂରା ଘଟଣା ଏମିତି। ନାବାଳିକାଙ୍କ ବାପା ଜୀବନ (ଛଦ୍ମନାମ) ଜଣେ ରେଳ କର୍ମଚାରୀ। ଚାକିରିରୁ ଅବସର ନେବା ପରେ ଲାଠିକଟା ଥାନା ଅଞ୍ଚଳରେ ଘର କରି ରହୁଥିଲେ। ହସଖୁସିରେ ଚାଲୁଥିଲା ପରିବାର। ଜୀବନଙ୍କ ଅନୁପସ୍ଥିତିରେ ଦିନେ ଜଣେ ପଡ଼ୋଶୀ ନାବାଳିକା ଝିଅଙ୍କୁ ନେଇ ତାଙ୍କ ବଡ଼ ଭଉଣୀ ଓ ଭିଣୋଇଙ୍କ ପାଖରେ ରଖିଥିଲେ। ଜୀବନ ଘରକୁ ଫେରି ଦେଖନ୍ତି ଝିଅ ନାହିଁ। ତେଣୁ ସେ ଏନେଇ ଲାଠିକଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ପରେ ପୁଲିସ ନାବାଳିକାଙ୍କୁ CWC କୁ ହସ୍ତାନ୍ତର କରିଥିଲା।

ମାଆ ନଥିବାରୁ ଝିଅକୁ ହସ୍ତାନ୍ତର ପାଇଁ CWC ବାପା ଜୀବନଙ୍କୁ ଡାକିଥିଲା। ଜୀବନ ଥାନାରେ ପହଞ୍ଚି ଦେଖନ୍ତି ତ ସେଠାରେ ଝିଅ ନାହିଁ। ତାଙ୍କୁ ବାହାହୋଇଥିବା ବ୍ୟକ୍ତି ସାଙ୍ଗରେ ନେଇଯାଇଥିବା ପୁଲିସ ଜୀବନଙ୍କୁ କହିଥିଲା। ଏହା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

ପରବର୍ତ୍ତୀ ସମୟରେ ଜୀବନ ଜାଣିବାକୁ ପାଇଲେ ତାଙ୍କ ନାବାଳିକା ଝିଅଙ୍କୁ ୫ ଲକ୍ଷ ଟଙ୍କାରେ ରାଜସ୍ଥାନର ଝୁନ୍‌ଝୁନ୍‌ର କିଷାନ ଓ ମୁକେଶ ଅଗ୍ରୱାଲଙ୍କୁ ବିକ୍ରି କରାଯାଇଛି। ଦଲାଲମାନେ ଝିଅକୁ ନେଇ ନାନା ନିର୍ଯାତନା ଦେଉଛନ୍ତି। ତେଣୁ ଝିଅକୁ ଉଦ୍ଧାର କରିବା ପାଇଁ ଜୀବନ ସୁନ୍ଦରଗଡ଼ ଏସ୍‌ପି ଓ ଡିଆଇଜିଙ୍କ ପାଖରେ ବାରମ୍ୱାର ଗୁହାରି କରିଥିଲେ। ମାତ୍ର ପୁଲିସ ଝିଅକୁ ଫେରାଇ ଆଣିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିଲା।

ଶେଷରେ କିଛି ଉପାୟ ନପାଇ ଜୀବନ ଦିଲ୍ଲୀ ମହିଳା ଆୟୋଗଙ୍କ ଶରଣ ପଶିଥିଲେ। ଜାନୁଆରୀ ୫ ତାରିଖରେ ମହିଳା ଆୟୋଗଙ୍କ ଆଣ୍ଟି ଟ୍ରାଫିକିଙ୍ଗ ସ୍କ୍ୱାଡ ରାଜସ୍ଥାନରୁ ନାବାଳିକାଙ୍କୁ ଉଦ୍ଧାର କରି ଦିଲ୍ଲୀ ଆଣିଛନ୍ତି। ସେ ଏବେ ୯ ମାସର ଗର୍ଭବତୀ ଅଛନ୍ତି। ତାଙ୍କୁ ନିର୍ଯାତନା ଦିଆଯାଉଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତେଣୁ ତାଙ୍କୁ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାଛଡ଼ା ଅଭିଯୁକ୍ତ ମୁକେଶ ଓ କିଷାନଙ୍କୁ ଗିରଫ କରାଯାଇଛି।

ଓଡ଼ିଶା ପୁଲିସକୁ ନାବାଳିକାଙ୍କ ବାପାଙ୍କ ବାରମ୍ବାର ଗୁହାରି କରିଥିବା ସତ୍ତ୍ୱେ ସେମାନେ କିଛି ପଦକ୍ଷେପ ନେଇନଥିବା କହିଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା। ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter http://bit.ly/2Dl3mrb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages