
ନୂଆଦିଲ୍ଲୀ(ପିଆଇବି): ଆଜି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଅନ୍ତରୀଣ ବଜେଟର ମୋଟ ବ୍ୟୟ ପରିମାଣ ୨୭, ୮୪, ୨୦୦ କୋଟି ଟଙ୍କା ରଖାଯାଇଛି, ଯାହାକି ଚଳିତ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୧୩.୩ ପ୍ରତିଶତ ଅଧିକ। ରାଜକୋଷ ନିଅଣ୍ଟ ୨୦୨୦-୨୧ ଆର୍ଥିକ ବର୍ଷ ସୁଦ୍ଧା ୩ ପ୍ରତିଶତରେ ସ୍ଥିର ରହିବ। ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୩.୪ ପ୍ରତିଶତରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି।”
ସେ କହିଛନ୍ତି, ଏହା ଏକ ଅନ୍ତରୀଣ ବଜେଟ୍ ହୋଇଥିଲେ ମଧ୍ୟ ଚାଷୀ ଓ ମଧ୍ୟବିତ୍ତବର୍ଗ ପୂର୍ଣ୍ଣାଙ୍ଗ ବଜେଟ୍ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ନାହିଁ। ତେଣୁ ସେମାନଙ୍କ ପାଇଁ ଯୁଗାନ୍ତକାରୀ କଲ୍ୟାଣମୂଳକ ପଦକ୍ଷେପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ମାଧ୍ୟମରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୯ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଦେଶରେ ଦୈନିକ ୨୭ କିଲୋମିଟର ସଡ଼କ ନିର୍ମାଣ କରାଯାଉଛି। ଗତ ୫ ବର୍ଷ ମଧ୍ୟରେ ୧.୫୩ କୋଟି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରାଯାଇଛି, ଯାହାକି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ୫ ଗୁଣ ଅଧିକ ।
କେଉଁଥି ପାଇଁ କେତେ ଟଙ୍କା
ମୋଟ ବ୍ୟୟବରାଦ- ୨୭,୮୪,୨୦୦ କୋଟି ଟଙ୍କା
କ୍ୟାପିଟାଲ ଏକ୍ସପେଣ୍ଡିଚର- ୩,୩୬,୨୯ କୋଟି ଟଙ୍କା
କେନ୍ଦ୍ରୀୟ ଯୋଜନା ପାଇଁ ୩,୨୭,୬୭୯ କୋଟି ଟଙ୍କା
ରାଷ୍ଟ୍ରୀୟ ଶିକ୍ଷାମିଶନ ପାଇଁ ୩୮,୫୭୨ କୋଟି ଟଙ୍କା
ଏସ୍ସିଙ୍କ କଲ୍ୟାଣ ପାଇଁ ୭୬,୮୦୧ କୋଟି ଟଙ୍କା
ଏସ୍ଟିଙ୍କ କଲ୍ୟାଣ ପାଇଁ ୫୦,୦୮୬ କୋଟି ଟଙ୍କା
ଚାଷୀଙ୍କ ପାଇଁ ୭୫ ହଜାର କୋଟି ଟଙ୍କା
ରେଳବାଇ ପାଇଁ ୧.୫୮ ଲକ୍ଷ କୋଟି ଟଙ୍କା
ଦେଶରେ ୮୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଲକ୍ଷ୍ୟ
ରାଷ୍ଟ୍ରୀୟ ଗୋକୁଳ ମିଶନ ଲାଗି ୭୫୦ କୋଟି ଟଙ୍କା
from Odisha Reporter http://bit.ly/2DLFluA
No comments:
Post a Comment