
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଅଫ୍ ଲାଇନ ବଦଳରେ ଅନ୍ଲାଇନ୍ରେ ହେବ OTET ପରୀକ୍ଷା। ପ୍ରଶ୍ନପତ୍ର ଲିକ୍ ହେବା ପରେ ପରୀକ୍ଷା ଢାଞ୍ଚା ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ OTET ପରୀକ୍ଷା ମାଟ୍ରିକ ପରୀକ୍ଷା ପରେ ହେବ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାନେତ୍ରୀ ଜାହାନ ଆରା ବେଗମ।
ଗତ ୧୬ ତାରିଖରେ ହୋଇଥିଲା OTET ପରୀକ୍ଷା। ସକାଳ ୧୦ଟା ବେଳେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିଥିଲା। ସୋଶାଲ୍ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲିଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2MLp3ES
No comments:
Post a Comment