ମଦମୃତ୍ୟୁ ସଂଖ୍ୟା ୯୭ ଛୁଇଁଲା, ଆରମ୍ଭ ହେଲା ଦୋଷ ଲଦାଲଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ମଦମୃତ୍ୟୁ ସଂଖ୍ୟା ୯୭ ଛୁଇଁଲା, ଆରମ୍ଭ ହେଲା ଦୋଷ ଲଦାଲଦି

ଲକ୍ଷ୍ନୌ/ସାହରନ୍‌ପୁର: ବିଷାକ୍ତ ମଦ ପିଇବା କାରଣରୁ ଉତ୍ତରପ୍ରଦେଶ ଏବଂ ପଡ଼ୋଶୀ ଉତ୍ତରାଖଣ୍ଡର ୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶ ପୁଲିସ୍‌ ଏବେ ଉତ୍ତରାଖଣ୍ଡ ପୁଲିସ୍‌ ଉପରେ ଦୋଷ ଲଦୁଥିବା ଜଣାଯାଇଛି। ପୂର୍ବରୁ ମଧ୍ୟ ଉତ୍ତରପ୍ରଦେଶ ପୁଲିସ ସଫେଇ ଦେଇଆସୁଥିଲା ଯେ, ୯୭ ଜୀବନ ନେଇଥିବା ଏହି ବିଷାକ୍ତ ମଦ ଉତ୍ତରାଖଣ୍ଡରୁ ହିଁ ଆସିଥିଲା।

ଉତ୍ତରପ୍ରଦେଶ ପୁଲିସ ଆହୁରି ମଧ୍ୟ କହିଥିଲା ଶାହାରନ୍‌ପୁରର ପିଣ୍ଟୁ ନାମକ ଜଣେ ବ୍ୟକ୍ତି ୩୦ଟି ପାଉଚ୍‌ ଆଣି ଗାଁରେ ବିକ୍ରି କରିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିଥାଇପାରେ।

ଅନ୍ୟକ୍ଷରେ ପିଣ୍ଟୁର ପରିବାର ଲୋକେ ଅଲଗା ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ନିଜକୁ ବଞ୍ଚାଇବାପାଇଁ ଉତ୍ତରପ୍ରଦେଶ ପୁଲିସ ଦୋଷ ଛଡ଼ାଉଛି। ପିଣ୍ଟୁ ସେଦିନ ହରିଦ୍ୱାରରେ ବାଲୁପୁର ଯାଇନଥିଲା ଏବଂ ଉତ୍ତରପ୍ରଦେଶରୁ ହିଁ ଏହି ମଦ ଆଣିଥିଲା ବୋଲି ପିଣ୍ଟୁର ଭାଇ ଜିତେନ୍ଦ୍ର କହିଛନ୍ତି। ପିଣ୍ଟୁ ବେଆଇନ ଭାବରେ ମଦ ବିକୁଥିଲା ଏବଂ ଏ ବିଷୟରେ ପୁଲିସ୍‌ ଜାଣିଥିଲା। ପୁଲିସ୍‌ ପିଣ୍ଟୁଠାରୁ ଲାଞ୍ଚ ନେଇ ତାକୁ ମଦ ବିକ୍ରି କରିବାକୁ ଅନୁମତି ଦେଇଥିଲା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଶାହାରନ୍‌ପୁର ବାସିନ୍ଦା ସହରରେ ବନ୍ଦ ଡାକରା ଦେବା ସହିତ ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଏବଂ ସ୍ୱାମୀ ହରାଇଥିବା ମହିଳାଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଦୁର୍ବୃତ୍ତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ରାଜନୀତିକ ମହଲକୁ ମଧ୍ୟ ପ୍ରଭାବିତ କରିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅତୀତରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ସମାଜବାଦୀ ପାର୍ଟି ସହିତ ଜଡ଼ିତ ଲୋକଙ୍କର ସମ୍ପୃକ୍ତି ରହିଛି। ଏଥର ମଧ୍ୟ ଷଡ଼ଯନ୍ତ୍ର ରଚାଯାଇଥିବାର ସମ୍ଭାବନାକୁ ଏଡ଼ାଇ ହେବନି ବୋଲି ସେ କହିଛନ୍ତି।

ବିଏସ୍‌ପି ସୁପ୍ରିମୋ ମାୟାବତୀ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବାବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଛନ୍ତି, ବିରୋଧୀ ଦଳମାନେ ଏହି ଘଟଣା ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାଙ୍କ ଦଳର କିଛି ଲୋକ ଏଭଳି ବେଆଇନ ମଦ କାରବାରରେ ସଂଶ୍ଳିଷ୍ଟ ଥିବାରୁ ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଅନ୍ୟପକ୍ଷରେ କଂଗ୍ରେସର ସାଧାରଣ ସମ୍ପାଦକ କହିଛନ୍ତି, “ମୁଁ ଆଶ କରୁଛି, ଯୋଗୀ ଆଦିତ୍ୟନାଥଙ୍କ ସରକାର ଦୃର୍ବୃତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ।”



from Odisha Reporter http://bit.ly/2ROmTFH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages