ମହମ ପ୍ରତିମାରେ ଗହମ ରଙ୍ଗୀ ଦେଶୀ ଗର୍ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ମହମ ପ୍ରତିମାରେ ଗହମ ରଙ୍ଗୀ ଦେଶୀ ଗର୍ଲ

priya

ମୁମ୍ବାଇ: ଦେଶୀ ଗାର୍ଲ ତଥା ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ଏବେ ନିଜ ଜୀବନର ବେଷ୍ଟ୍‌ ସମୟ ଅତିବାହିତ କରୁଛନ୍ତି। ତାଙ୍କୁ ଗୋଟିଏ ପରେ ଗୋଟିଏ ଖୁସି ମିଳି ଚାଲିଛି। ସେ ନିଜ ବୟଫ୍ରେଣ୍ଡ୍‌ ନିକ୍‌ଙ୍କ ସହ ବିବାହ କରିବା ପରେ ଏବେ ତାଙ୍କ ହାତରେ ଅନେକ ବଲିଉଡ୍‌ ଫିଲ୍ମ ସହ ହଲିଉଡ୍‌ ଫିଲ୍ମର ଅଫର ବି ରହିଛି।

ନିକଟରେ ପ୍ରିୟଙ୍କାଙ୍କୁ ଆଉ ଏକ ଖୁସି ମିଳିଛି।

ଜାଣିଛନ୍ତି କ’ଣ ?

ମ୍ୟାଡାମ ତୁଷାଦ ୱାକ୍ସ ମ୍ୟୁଜିୟମ୍‌ରେ ତାଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ହେଉଛି।

ପ୍ରିୟଙ୍କାଙ୍କର ଏହି ଲୁକ୍‌ଟି ୨୦୧୬ର ବେଷ୍ଟ୍‌ ରେଡ୍‌ କାର୍‌ପେଟ୍‌ରେ ଚାଲୁଥିବା ଲୁକ୍‌। ସେହି ମୂର୍ତ୍ତିର ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରିୟଙ୍କା ପହଞ୍ଚିଥିଲେ। ସେ ଏକ ବ୍ଲାକ୍‌ କଲର୍‌ ଡ୍ରେସ୍‌ରେ ଖୁବ୍‌ ଗର୍ଜି‌ଅସ୍‌ ଲାଗୁଥିଲେ। ପ୍ରିୟଙ୍କା ହଲିଉଡ୍‌ରେ ନିଜ ପ୍ରଥମ ଗୀତ ‘ଇନ୍‌ ମାଇ ସିଟି’ ପାଇଁ ମଧ୍ୟ ଆମେରିକାରେ ବେଶ୍‌ ଲୋକପ୍ରିୟ ହୋଇଥିଲେ। ଏହାପରେ ସେ ଟିଭି ସିରିଜ୍‌ ‘କ୍ୱାଣ୍ଟିକୋ’ରେ କାମ କରିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରିବା ପରେ ପ୍ରିୟଙ୍କା ହଲିଉଡ୍‌ରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ପ୍ରିୟଙ୍କା କେବଳ ଭାରତ କିମ୍ବା ଆମେରିକାରେ ନୁହନ୍ତି, ଅନେକ ଏସୀୟ ଦେଶରେ ମଧ୍ୟ ଖୁବ୍‌ ଜଣାଶୁଣା।
ସୂଚନାଯୋଗ୍ୟ ଯେ ମ୍ୟାଡାମ ତୁଷାଦ ୱାକ୍ସ ମ୍ୟୁଜିୟମ୍‌ ନିକଟରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିଛି। ଏହି ପୋଷ୍ଟରେ ପ୍ରିୟଙ୍କା ନିଜର ମହମ ପ୍ରତିମୂର୍ତ୍ତିକୁ ଆମେରିକାର ନ୍ୟୁୟର୍କରେ ଉଦ୍‌ଘାଟନ କରୁଥିବା ଦେଖିବାକୁ ମିଳୁଛି। ଏହାବ୍ୟତୀତ ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି ୟୁକେ, ଅଷ୍ଟ୍ରେଲିଆ ଓ ଏସିଆରେ ମଧ୍ୟ ସ୍ଥାପିତ କରାଯିବ।



from Odisha Reporter http://bit.ly/2SnNdeG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages