ଦିନିକିଆରେ ମାତ୍ର ୨୪ ରନ୍‌ରେ ଅଲ ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଦିନିକିଆରେ ମାତ୍ର ୨୪ ରନ୍‌ରେ ଅଲ ଆଉଟ୍‌

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ଏକ ବିରଳ ଘଟଣା ଘଟିଛି। ହୁଏତ ଶୀର୍ଷକ ପଢ଼ି ଆପଣ ବିଶ୍ୱାସ କରି ନ ପାରନ୍ତି। ହେଲେ ଆଇସିସି ପକ୍ଷରୁ ଚାଲିଥିବା ଏକ ଅନ୍ତର୍ଜାତୀୟ ଦିନିକିଆରେ ଗୋଟିଏ ଦଳ ମାତ୍ର ୨୪ ରନ୍‌ରେ ଅଲଆଉଟ୍‌ ହେବାର ରେକର୍ଡ କରିଛି। ଓମାନ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ଅଲ୍ ଅମାରତଠାରେ ଚାଲିଥିବା ଦିନିକିଆରେ ଏଭଳି ରେକର୍ଡ ସୃଷ୍ଟି ହୋଇଛି।

ପ୍ରଥମେ ବ୍ୟାଟିଂ କରୁଥିବା ଓମାନ୍‌ ପ୍ରତିପକ୍ଷ ସ୍କଟଲ୍ୟାଣ୍ଡ ବୋଲରଙ୍କୁ ମୁକାବିଲା କରି ନ ପାରି ୧୭.୧ ଓଭର୍‌ରେ ୨୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଏହି ୨୫ ରନ୍‌ର ଟାର୍ଗେଟକୁ ସ୍କଟଲ୍ୟାଣ୍ଡ ୩.୨ ଓଭର୍‌ରେ ହାସଲ କରି ନେଇଛି। ଏହି ମ୍ୟାଚ୍‌ଟି ୫୦ ଓଭର ବିଶିଷ୍ଟ ହୋଇଥିଲେ ହେଁ ଦୁଇଟି ଯାକ ଦଳ ମିଳିତ ଭାବେ ୨୦.୩ ଓଭର୍‌ ଖେଳିଛନ୍ତି।

ଓମାନ ପକ୍ଷରୁ କେବଳ ଜଣ ମାତ୍ର ବ୍ୟାଟସ୍‌ମ୍ୟାନ୍‌ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ କରିପାରିଥିଲେ। ଦଳର ଖାୱର ଅଲୀ ୩୩ଟି ବଲରେ ସର୍ବାଧିକ ୧୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଓମାନର ଅଧା ଟିମ୍‌ ୧୦ ଓଭର୍‌ ମଧ୍ୟରେ ପ୍ୟାଭିଲିୟନ ଫେରିଯାଇଥିଲେ।

ସ୍କଟଲ୍ୟାଣ୍ଡ ପକ୍ଷରୁ ଆର. ସ୍ମିଥ ଓ ଏ. ନିଲ ୪ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଏ. ଇଭାନ୍ସ ୨ଟି ୱିକେଟ ଦଖଲ କରିଥିଲେ।

ସ୍ମିଥ ୮ ଓଭର ବୋଲିଂ କରି ମାତ୍ର ୭ ରନ୍‌ ଦେଇ ୪ଟି ୱିକେଟ୍‌ ନେବାର ରେକର୍ଡ କରିଛନ୍ତି। ୧୨.୧ ଓଭର୍‌ରେ ମାତ୍ର ୨୨ ରନ୍‌ରେ ୭ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ହରାଇଥିବା ଓମାନ ଶେଷରେ ୨୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଏହି ୨୫ ରନ୍‌ର ଟାର୍ଗେଟକୁ ସ୍କଟଲ୍ୟାଣ୍ଡ ୨୦ଟି ବଲରେ ହାସଲ କରିନେଇ ୧୦ ୱିକେଟ୍‌ରେ ମ୍ୟାଚ୍‌କୁ କବଜା କରିଥିଲା।

ଏହାପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ଅଣ୍ଡର ୧୯ ଦଳ ୨୦୦୭ରେ ବାର୍ବୋଡୋସ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ସର୍ବନିମ୍ନ ଦଳଗତ ସ୍କୋର।



from Odisha Reporter http://bit.ly/2SIcxwi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages